ପୃଥିବୀ ଉପରେ ବିପଦ: ଅକ୍ଟୋବର ୩୧ରେ ଗ୍ରହପିଣ୍ଡ ୨୦୧୯ ୟୁଜେ-୩ ଧକ୍କା ଦେବା ଆଶଙ୍କା

ଓ୍ବାଶିଂଟନ,୨୮।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ଅକ୍ଟୋବର ୩୧ରେ ଗ୍ରହପିଣ୍ଡ ୨୦୧୯ ୟୁଜେ-୩ ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ଥିବା ନାସା ପକ୍ଷରୁ କୁହାଯାଇଛି। ଏହା ଘଣ୍ଟାପ୍ରତି ୨୦ ହଜାର ମାଇଲ୍‌ ବେଗରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି। ଏଥିପାଇଁ ନାସା ପକ୍ଷରୁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଏହା  ଅକ୍ଟୋବର ୩୧ ସନ୍ଧ୍ୟା ୬ଟା ୩୫ରେ ପୃଥିବୀର ଅତି ନିକଟବର୍ତ୍ତୀ ହେବ। ଏହି ସମୟରେ ପୃଥିବୀ ଏବଂ ୨୦୧୯ ୟୁଜେ-୩ ମଧ୍ୟରେ ଦୂରତା ୨.୭୯ ନିୟୁତ କିମି ହେବ। ଯଦି ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁ ବାୟୁମଣ୍ଡଳରେ ପ୍ରବେଶ କରେ ତେବେ ପ୍ରବଳ ବେଗରେ ଧକ୍କା ଦେବାର ଆଶଙ୍କା ରହିଛି। ଏପରି ହେଲେ ସୁନାମୀ, ଭୂକମ୍ପ ସହିତ ପ୍ରବଳ ବେଗରେ ପବନ ବହିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି।

Share