ପୃଥିବୀ ଉପରେ ମାଡ଼ି ଆସୁଛି ବିପଦ: ଆମେରିକା-କାରିବିଅନ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଆଶଙ୍କା !

ଓ୍ବାଶିଂଟନ୍‌,୧୮।୧: ପୃଥିବୀ ଉପରେ ଭୟଙ୍କର ବିପଦ ମାଡ଼ି ଆସୁଛି। ଆଗାମୀ ଦିନରେ ଦକ୍ଷିଣ ଆମେରିକା, କେନ୍ଦ୍ରୀୟ ଆମେରିକା, କାରିବିଅନର ପ୍ୟୁର୍ଟୋ ରିକୋ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ହେବାର ଆଶଙ୍କା ରହିଛି। ଏନେଇ ସେସ୍‌ମିକ୍‌ ଓ୍ବେବ୍‌ସାଇଟ୍‌ ଦାତ୍ରିଆନୁମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ହେବାକୁଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ରୁ ୭ କିମ୍ବା ୮ ରହିବ ବୋଲି ଓ୍ବେବସାଇଟ୍‌ରେ ଦର୍ଶାଯାଇଛି। ଏହି ରିପୋର୍ଟକୁ କେତେକ ଖଣ୍ଡନ କରି କହିଛନ୍ତି ଯେ, ଭୂକମ୍ପ ସମ୍ପର୍କରେ ପୂର୍ବରୁ ସୂଚନା ମିଳିବା ଅସମ୍ଭବ। ତେବେ ଏଭଳି ପୂର୍ବାନୁମାନ ସୋଲାର ସିଷ୍ଟମ୍‌ ଜୋମେଟ୍ରି ଇଣ୍ଡେକ୍ସ୍‌ ଦ୍ୱାରା ସମ୍ଭବ ବୋଲି ଓ୍ବେବସାଇଟ୍‌ର ପ୍ରତିଷ୍ଠାତା ଫ୍ରାଙ୍କ୍‌ ହୋଗେରବିଟସ୍‌ ସୂଚନା ଦେଇଛନ୍ତି। ଏହି ପୂର୍ବାନୁମାନ ନେଇ ଏବେ ବିଶ୍ୱବ୍ୟାପି ଚର୍ଚ୍ଚା ଆରମ୍ଭ ହୋଇଛି।

Share