ପୃଥିବୀ ପାଇଁ ମାଡ଼ି ଆସୁଛି ବିପଦ: ଆଣ୍ଟାର୍କଟିକାରୁ ଭାଙ୍ଗିଲା ବିରାଟ ହିମଖଣ୍ଡ

ଓ୍ବାଶିଂଟନ,୨।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରୁ ଏକ ବିରାଟ ହିମଖଣ୍ଡ ଭାଙ୍ଗି ଯାଇଛି। ଏହାର କ୍ଷେତ୍ରଫଳ ଭାରତର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ବଡ଼ ବୋଲି କୁହାଯାଉଛି। ଏହାକୁ ଡି-୨୮ ଭାବେ ନାମିତ କରାଯାଇଛି। ଏହି ହିମଖଣ୍ଡର କ୍ଷେତ୍ରଫଳ ୧୬୩୬ ବର୍ଗ କିଲୋମିଟର ଥିବାବେଳେ ଦିଲ୍ଲୀର କ୍ଷେତ୍ରଫଳ ୧୪୮୪ ବର୍ଗ କିଲୋମିଟର ରହିଛି। ଏହାର ଓଜନ ୩୧୫ ହଜାର ନିୟୁତ ଟନ୍‌। ବିଶ୍ୱତାପମାନ ବୃଦ୍ଧି ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା ପରିବେଶବିତ୍‌ମାନେ ଅନୁମାନ କରୁଛନ୍ତି। ଏନେଇ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଆସନ୍ତା ୩୩ ବର୍ଷ ମଧ୍ୟରେ ପୃଥବୀର ଦୁଇ ଗୋଲାର୍ଦ୍ଧରେ ଥିବା ହିମଖଣ୍ଡ ତରଳି ଯିବ। ଏହା ଦ୍ୱାରା ସମୁଦ୍ର ଜଳସ୍ତର ବଢ଼ି ପୃଥିବୀ ଜଳମଗ୍ନ ହେବ । ୨୦୫୦ ସୁଦ୍ଧା ବୃହତ୍‌ ହିମଖଣ୍ଡ ତରଳି ପୃଥିବୀ ପାଇଁ ସୃଷ୍ଟି ସଙ୍କଟ କରିବ। ବିଶ୍ୱତାପମାନ ବଢୁଥିବାରୁ ଅନେକ ପ୍ରାଣୀ ତଥା ପକ୍ଷୀ ସେମାନଙ୍କ ବାସସ୍ଥାନ ଆସନ୍ତା କିଛି ବର୍ଷ ମଧ୍ୟରେ ପରିବର୍ତ୍ତନ କରିବେ। ଏହାଦ୍ୱାରା ସ୍ଥିତି ଅତି ସଙ୍କଟ ଜନକ ହେବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

Share