ପୃଥିବୀ ସହ ଧକ୍କା ହେବ ଆପୋଫିସ୍‌

ଓ୍ବାଶିଂଟନ,୧୦ା୧୦: ପୃଥିବୀ ସହ ଏକ ଗ୍ରହାଣୁ ଧକ୍କା ହେବ। ଫଳରେ ଏହା ବିପର୍ଯ୍ୟୟ ଆଣିଦେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିବ ବୋଲି ଜଣେ ବୈଜ୍ଞାନିକ ଦାବି କରିଛନ୍ତି। ଏପରି କି ପୃଥିବୀର କେଉଁ ସ୍ଥାନରେ ଏହା ଧକ୍କା ହେବ ତାହା ମଧ୍ୟ ସେ କହିଛନ୍ତି।
କେଓସ୍‌ ଅଫ୍‌ ଗଡ୍‌ ( ବିଭ୍ରାଟର ଭଗବାନ) ବୋଲି କୁହାଯାଉଥିବା ଆପୋଫିସ୍‌ ପୃଥିବୀ ପୃଷ୍ଠର ୧୯,୦୦୦ ମାଇଲ୍‌ ମଧ୍ୟଦେଇ ଗତି କରିବ ବୋଲି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଦାବି କରିଥିଲା। ନାସାର ଆକଳନ ଅନୁସାରେ ୯୯୯୪୨ ଆପୋଫିସ୍‌ ନାମକ ଗ୍ରହାଣୁ ୧୦ ବର୍ଷ ମଧ୍ୟରେ ପୃଥିବୀର ଅତି ନିକଟତର ହେଲେ ମଧ୍ୟ ସ୍ପର୍ଶ ନ କରି ଅତିକ୍ରମ କରିବ। ସୌର ମଣ୍ଡଳରେ ଏହା ପହଞ୍ଚତ୍ବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ନିଜକୁ ଜଣେ ଗବେଷଣା ବୈଜ୍ଞାନିକ ବୋଲି କହୁଥିବା ମାଇକେଲ ହର୍ନ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ୩୪୦ ମିଟର ପ୍ରସ୍ଥ ବିଶିଷ୍ଟ ଏହି ଗ୍ରହାଣୁ ବାସ୍ତବରେ ଉତ୍ତର ସାଗର ଓ କୃଷ୍ଣ ସାଗର ମଧ୍ୟସ୍ଥ କୌଣସି ଏକ ସ୍ଥାନରେ ଧକ୍କା ହେବ, ଯାହା କି ବ୍ରିଟେନ୍‌ଠାରୁ ବେଶି ଦୂରରେ ନୁହେଁ। ଏହା ପୃଥିବୀରେ ଫାଟ ସୃଷ୍ଟି କରିବ, ଯଦ୍ଦ୍ବାରା ତହିଁରୁ ନିର୍ଗତ ବାଷ୍ପରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବ। ସେ ଆହୁରି କହିଛନ୍ତି, ଗବେଷଣା ବେଳେ ଆମେ ଦୁଇଟି ବିଷୟ ଜାଣିବାକୁ ପାଇଛୁ। ପ୍ରଥମଟି ଏକ ବିଶାଳ ଗ୍ରହାଣୁର ଧକ୍କା ଓ ଅନ୍ୟଟି ଆପୋଫିସ୍‌ର ଧକ୍କାଜନିତ ପ୍ରଭାବ। ଏହି ପ୍ରଭାବର ଭୟାବହତା ଜାଣିବା ପାଇଁ ଆମେ ଅନ୍‌ଲାଇନରେ ବ୍ୟଙ୍ଗାତ୍ମକ ପୁସ୍ତକ ଆକାରରେ ଏ ସମ୍ପର୍କିତ ତଥ୍ୟ ଶେୟାର କରିଥିଲୁ, ଯହିଁରୁ ଲୋକେ ଗ୍ରାଫ୍‌ ଜରିଆରେ ବୁଝିପାରିବେ। ବିପର୍ଯ୍ୟୟର ଭୟାବହତା ଦୃଷ୍ଟିରୁ ବର୍ଣ୍ଣନାତ୍ମକ ଲେଖା ସମ୍ଭବତଃ ଅଧିକ ଗୁରୁତ୍ୱପୂର୍ଣ୍ଣ। ଉତ୍ତର ସାଗର ଓ କୃଷ୍ଣ ସାଗର ମଧ୍ୟସ୍ଥଳ କୌଣସି ଏକ ସ୍ଥାନରେ ଏହା ଧକ୍କା ହେବା ଫଳରେ ଭୂପୃଷ୍ଠର ଶିଳାମୟ ବାହ୍ୟଅଂଶରେ ଫାଟ ସୃଷ୍ଟି ହେବ। ଏଥିରୁ ବିପୁଳ ପରିମାଣର ଗ୍ୟାସ ନିର୍ଗତ ହେବ। ଏହା ସହ ଗ୍ରହାଣୁ ଖଣ୍ଡବିଖଣ୍ଡିତ ହୋଇଯିବ। ପୃଥିବୀ ମହାକାଶରେ ପଛକୁ ଘୁଞ୍ଚତ୍ୟାଇପାରେ। ଗ୍ରହାଣୁ ନିର୍ଦ୍ଦିଷ୍ଟ ଭାବେ ଧକ୍କା ହେବା ସ୍ଥାନରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇବା ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖକୁ ଠେଲିହୋଇଯିବେ। ଏହାର କୁପ୍ରଭାବ ବିଶ୍ୱବ୍ୟାପୀ ଦେଖିବାକୁ ମିଳିପାରେ।

Share