ପୃଥିବୀ ସାରା ଟୁଇଟର ଡାଉନ୍‌: ଟୁଇଟ୍‌ ଏବଂ ନୋଟିଫିକେଶନ୍‌ରେ ବିଳମ୍ବ

ଓ୍ବାଶିଂଟନ,୨।୧୦: ପୃଥିବୀ ସାରା ସୋସିଆଲ୍‌ ମିଡ଼ିଆ ସାଇଟ୍‌ ଟୁଇଟର ଡାଉନ୍‌ ହୋଇଯାଇଛି। ଫଳରେ ଟୁଇଟ୍‌ କରିବା ଏବଂ ନୋଟିଫିକେଶନ୍‌ରେ ବିଳମ୍ବ ହେଉଥିବା ବ୍ୟବହାରକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ଇତି ମଧ୍ୟରେ ବହୁ ବ୍ୟବହାରକର୍ତ୍ତା ଏନେଇ ରିପୋର୍ଟ କରିଛନ୍ତି। ମଙ୍ଗଳବାର ରାତିରୁ ଏଭଳି ସମସ୍ୟା ଲାଗି ରହିଛି। ଫଳରେ ବ୍ୟବହାରକର୍ତ୍ତା ହଇରାଣ ହେଉଛନ୍ତି। ତେବେ ଏହି ସମସ୍ୟାର ସମାଧାନ ଖୁବ୍‌ ଶୀଘ୍ର ହୋଇଯିବ ବୋଲି ଟୁଇଟର ପକ୍ଷରୁ କୁହାଯାଇଛି।

Share