ପୃଥ୍ବୀ-୨ର ବ୍ୟବହାରିକ ପରୀକ୍ଷା

ବାଲେଶ୍ୱର ଅଫିସ, ୨୮ା୬- ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଉତ୍‌କ୍ଷେପଣ କେନ୍ଦ୍ରରୁ ଗୁରୁବାର ରାତି ୮ଟା ୩୦ ମିନିଟ୍‌ରେ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷା କରାଯାଇଛି। ରାତ୍ରକାଳୀନ ଏହି ପରୀକ୍ଷା ସଫଳ ହୋଇଥିବା ବିଭଗୀୟ ସୂତ୍ରରୁ ଜଣାପଡିଛି।
ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୫୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ ସହ ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଚତୁର୍ଥଥର ପାଇଁ ଏହାର ରାତ୍ରିକାଳୀନ ପରୀକ୍ଷା କରାଯାଇଛି।
ଡିଆରଡ଼ିଓର ରାଡ଼ାର, ଇଲେକ୍‌ଟ୍ରୋ ଅପ୍‌ଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୂଳରେ ରହିଥିବା ଟେଲିମେଟ୍ରି ଷ୍ଟେଶନ ସହାୟତାରେ ଏହି କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା। ୨୦୦୩ ମସିହାରୁ ଭାରତୀୟ ସେନାରେ ନିୟୋଜିତ ହୋଇ ସାରିଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ଲମ୍ବ ୯ ମିଟର।

Share