ପେଚା ସହିତ ଟିକ୍‌ଟକ୍‌ ଭିଡ଼ିଓ କରିବା ପଡ଼ିଲା ମହଙ୍ଗା: ବନ ବିଭାଗ ପକ୍ଷରୁ ୨୫ ହଜାର ଜରିମାନା ନୋଟିସ୍‌

ଅହମଦାବାଦ୍‌,୧୫।୨: ବନ୍ୟପ୍ରାଣୀଙ୍କ ସହିତ ଟିକ୍‌ ଟିକ୍‌ ଭିଡ଼ିଓ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟର ସୁରଟରେ ବାସ କରୁଥିବା ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲ ଏକ ପେଚା ସହିତ ଭିଡ଼ିଓ କରି ଏହାକୁ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଥିଲେ। ଏହାକୁ ଦେଖିବା ପରେ ବନ ବିଭାଗ ପକ୍ଷରୁ ତାଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ନୋଟିସ୍‌ ଜାରି ହୋଇଛି। ଏହା ସହିତ କୀର୍ତ୍ତିଙ୍କୁ ପେଚା ଯୋଗାଇଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ହୋଇଛି। ୧୯୭୨ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ଏଭଳି କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଅଭିଯୋଗ ମିଳିବା ପରେ ଏହାର ତଦନ୍ତ କରାଯାଇ ଏଭଳି ଦଣ୍ଡାଦେଶ କରାଯାଇଛି।

Share