ଫରିଦାବାଦ୍,୭।୨: ହରିୟାଣାର ଫରିଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୦ ବର୍ଷୀୟ ବାଳକଙ୍କ ପେଟରୁ ଏଲ୍ଇଡି ବଲ୍ ବାହାର କରାଯାଇଛି। ଫରିଦାବାଦର ସେକ୍ଟର ୬୨ରେ ରହୁଥିବା ପ୍ରମୋଦ କୁମାରଙ୍କ ଭଣଜା ଅଭିଷେକ(୧୦) ୧୦ ଦିନ ପୂର୍ବେ ଖେଳୁଥିବାବେଳେ ପ୍ରବଳ କାଶ ହୋଇଥିଲା। ଏହାପରେ ଛାତିରେ ଯନ୍ତ୍ରଣା ମଧ୍ୟ ହୋଇଥିଲା। ତାଙ୍କୁ ପରିବାର ଲୋକେ କାଶ ଔଷଧ ଆଣି ଦେଇଥିଲେ। କିନ୍ତୁ କାଶ ଏବଂ ଛାତି ଯନ୍ତ୍ରଣା କମି ନ ଥିଲା। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ପରୀକ୍ଷା ପରେ ତାଙ୍କ ଶ୍ୱାସନଳୀରେ କୌଣସି ଏକ ଜିନିଷ ଅଟକି ଯାଇଥିବା ଡାକ୍ତରମାନେ କହିଥିଲେ। ଅଭିଷେକଙ୍କ ବୟସ କମ୍ ହୋଇଥିବାରୁ ପେଟରେ ଅପରେଶନ କରାଯିବା ନିରାପଦ ନୁହେଁ ଭାବି ଡାକ୍ତରମାନେ ଆଧୁନିକ ଉପାୟରେ ଶ୍ୱାସନଳୀରେ ଅଟକି ଯାଇଥିବା ଜିନିଷଟିକୁ ବାହାର କରିଥିଲେ। ପରେ ଜଣାପଡିଥିଲା ଉକ୍ତ ଜିନିଷଟି ଖେଳନାରେ ବ୍ୟବହୃତ ହେଉଥିବା ଏଲ୍ଇଡି ବଲ୍ବ। ଖେଳୁଥିବାବେଳେ ଅଭିଷେକ ତାକୁ ଗିଳିଦେଇଥିବା କୁହାଯାଉଛି।