ପେଟର ଲାଗି ନାଟ: ଜାଦୁ ଖେଲ ଦେଉଛେ ପେଟକେ ଦାନା

ଅତାବିରା, ୩।୬ (ଡି.ଏନ୍‌.ଏ): ପେଟର ଲାଗି ଦାନା ଯୁଗାଡ଼ କରବାକେ ରାଜସ୍ଥାନ ଜଲବାର ଗାଁରୁ ଆସି ଗୁଟେ ପରିବାର ଓଡ଼ିଶାର ଭିନେ ଭିନେ ଅଂଚଲରେ ବୁଲୁଛନ୍‌। ସେମାନେ ଗାଁ ଗାଁ ବୁଲି, ଜାଦୁ ଖେଲ ଦେଖେଇ ଦୁଇ ପଏସା ରୁଜଗାର କରୁଥିବାର ଦେଖ୍‌ବାକେ ମିଲିଛେ। ୭ ବଛର୍‌ର ନିଜର ଟୁକେଲକେ ଜାଦୁ ଖେଲରେ ବାଜି ଲଗେଇ ଭିନେ ଭିନେ ପରକାର କଳା କଉଶଲ ଆର ଜାଦୁ ଦେଖଉଛନ୍‌। ଇ ଘଟନା ଦେଖ୍‌ବାକେ ମିଲିଥିଲା ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ର ଉଦେପୁର ଗାଁରେ। ତାହାକୁ ପଚରାଉଚରା କଲାରୁ ଜନାପଡ଼ଲା ଯେ, ପରିବାରଟା ପେଟପାଟନାର ଲାଗି ରାଜସ୍ଥାନରୁ ଆସି ଓଡ଼ିଶାରେ ଗାଁ ଗାଁ ବୁଲି ଜାଦୁ ଖେଲ ଦେଖଉଛନ୍‌। ରାଜସ୍ଥାନ ଜଲବାର ଗାଁର ସୁନଜି ଆର ଜରିନା ବାନକଁର ପୁଓ ଅଲ୍ଲୀ। ସେ ନିଜର ନାବାଲିକା ଝି’ ସୀମା ସଂଗେ ଅତାବିରା ଆର ଭେଡ଼େନ ବ୍ଲକକେ ଯାଇ ସେଠାନେ ଜାଦୁ ଖେଲ ଦେଖଉଛନ୍‌ ଆର ଫିଦିନ୍‌ ୩ଶହରୁ ୧ ହଜାର ଟଁକା ତକ୍‌ ରୁଜଗାର କରୁଛନ୍‌। ଇ ଜାଦୁ ଖେଲ ତାକର ପରିବାର ଲାଗି କପଡ଼ାଲତା ଆର ପେଟକେ ଦାନା ଦେଉଛେ। ରାଜସ୍ଥାନରେ କାମ୍‌ଧଁଦା ଅଭାବୁ ବହୁତ ବଛର ହେଲା ଆମେ କୁଟୁମବସିଆ ଓଡ଼ିଶାକେ ଆସି ଜାଦୁ ଖେଲ ଦେଖେଇ ପେଟପାଲୁଛୁଁ ବଲି ସେ କହିଥିଲେ।