Advertisement

ପେଟୁଆ ପୋଲିସଙ୍କ ଓଜନ ହ୍ରାସ ପାଇଁ ଥାଇଲାଣ୍ଡ ସରକାରଙ୍କ ଅଭିନବ ଯୋଜନା

ଥାଇଲାଣ୍ଡ, ୨୭।୫: ପେଟୁଆ ପୋଲିସଙ୍କ ଓଜନ କମାଇବା ପାଇଁ ଥାଇଲାଣ୍ଡ ସରକାର ଅଭିନବ ଯୋଜନା ଆପଣାଇଛନ୍ତି। ପେଟ ବାହାରିଥିବା ପୋଲିସ ଅଫିସରଙ୍କ ପାଇଁ ସେଠାରେ ଏକ ଓଜନ କମାଇବା କ୍ୟାମ୍ପ୍‌ ପ୍ରସ୍ତୁତ କରାଯାଇଛି। ଏହି କ୍ୟାମ୍ପ୍‌ର ନାଁ ରହିଛି ‘ବେଲି ଡେଷ୍ଟ୍ରକସନ୍‌’। ପାକ୍‌ ଜୋଙ୍ଗ୍‌ରେ ଥିବା ଏହି କ୍ୟାମ୍ପକୁ ପେଟୁଆ ପୋଲିସ ଅଫିସରଙ୍କୁ ପଠାଯାଉଛି। ସେଠାରେ ସେମାନଙ୍କୁ ପେଟ କମାଇବାର ଟିପ୍ସ ଦିଆଯିବା ସହ ବ୍ୟାୟାମ କରିବା ଶୈଳୀ ବିଷୟରେ ଅବଗତ କରାଯାଉଛି। ଥାଇଲାଣ୍ଡ ପୋଲିସରେ ଚାକିରି କରୁଥିବା କିଛି ପେଟୁଆ ଅଫିସରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେଠାକାର ସରକାର ଏହି ପଦକ୍ଷେପ ନେଇଛନ୍ତି। ସରକାରଙ୍କ ଜଣେ ଅଫିସର କହିଛନ୍ତି, ମୋଟା ପୋଲିସମାନେ ଅଭିଯୁକ୍ତଙ୍କୁ ଧରିବା ଏତେଟା ସହଜ ହେବ ନାହିଁ। ଆଉ ମଧ୍ୟ ସେମାନେ ହଠାତ୍‌ ଚୋରକୁ ଧରିବା ପାଇଁ ଦୌଡିବାରେ ସକ୍ଷମ ହୋଇପାରିବେ ନାହିଁ। ତେଣୁ ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି। ‘ବେଲି ଡେଷ୍ଟ୍ରକସନ୍‌’ କ୍ୟାମ୍ପରେ ଏପର୍ଯ୍ୟନ୍ତ ୨୦୦ ପୋଲିସ ଅଫିସରଙ୍କୁ ପଠାଗଲାଣି ଏବଂ ସେମାନେ ୬୦ କିଲୋ ପର୍ଯ୍ୟନ୍ତ ଓଜନ କମାଇସାରିଲେଣି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share