Categories: ବାଣିଜ୍ୟ

ପେଟ୍ରୋଲ,ଡିଜେଲ ମୂଲ୍ୟ ବଢିଲା

ନୂଆଦିଲ୍ଲୀ,୬-୭: ବଜେଟ ଯୋଜନା ମୁତାବକ ଇନ୍ଧନ ଉପରେ ଟିକସ ବୃଦ୍ଧି ହେବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଦର ଶୁକ୍ରବାର ୨.୫ ଟଙ୍କା ଏବଂ ଡିଜେଲ ଦର ୨.୩ ଟଙ୍କା ବଢିଥିବା ଜଣା ପଡିଛି। ଇନ୍ଧନ ଉପରେ ଉତ୍ପାଦ ଟିକସ ଏବଂ ଭିତ୍ତିଭୂମି ସେସ୍‌ ଲାଗୁ ହେବାରୁ ଏଭଳି ଦର ବୃଦ୍ଧି ଘଟିଛି। ଏହି କ୍ଷେତ୍ରରୁ ୨୮୦୦୦ କୋଟି ଟଙ୍କା ସଂଗ୍ରହ କରିବା ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲରେ ୨ ଟଙ୍କା ଲେଖାଏ ଟିକସ ଲାଗୁ କରିଛନ୍ତି। କେନ୍ଦ୍ରୀୟ ଉତ୍ପାଦ ଟିକସ, ସ୍ଥାନୀୟ ସେଲ୍‌ସ ଟିକସ ଏବଂ ଭ୍ୟାଟ ଲାଗୁ ହେବା ପରେ ପେଟ୍ରୋଲ ଦର ଲିଟର ପିଛା ୨.୫ ଟଙ୍କା ଏବଂ ଡିଜେଲ ଦର ୨.୩ ଟଙ୍କା ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଇଛି। ଶୁକ୍ରବାର ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୦.୫୧ ଟଙ୍କା ରହିଛି। ଏହା ମୁମ୍ବାଇରେ ୭୬.୧୫ ଟଙ୍କା ରହିଛି। ସେହିଭଳି ଦିଲ୍ଲୀରେ ଡିଜେଲ ଲିଟର ପିଛା ୬୪.୩୩ ଟଙ୍କା ଥିବା ବେଳେ ମୁମ୍ବାଇରେ ୬୭.୪୦ ଟଙ୍କା ରହିଛି। ସେହିଭଳି ଅଶୋଧିତ ତୈଳ ଆମଦାନୀ ଉପରେ ଟନ୍‌ ପିଛା ୧ ଟଙ୍କା ଟିକସ ଧାର୍ଯ୍ୟ ହୋଇଛି।

Share