ପେଟ୍ରୋଲରେ ଚାଲୁଛି ସାଇକେଲ: ୧ ଲିଟରରେ ଯାଉଛି ୬୦ କି.ମି.,୨ ମାସରେ ତିଆରି କଲେ ଦୁଇଭାଇ

ପଦ୍ମପୁର, ୧।୧(ଡି.ଏନ୍‌.ଏ.)-ପେଟ୍ରୋଲ ଚାଳିତ ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ୫ମ ଶ୍ରେଣୀ ଛାତ୍ର ଶୁଭମ୍‌ ସୌଭାଗ୍ୟ ଓ ତାଙ୍କ ବଡଭାଇ ଜଗବନ୍ଧୁ। ଦୁଇ ମାସ ମଧ୍ୟରେ ଦୁଇ ଭାଇ ମିଶି ଏହି ସାଇକେଲ ତିଆରି କରିଛନ୍ତି। ଏକ ରେସିଂ ସାଇକେଲରେ ଏକ ୮୦ ସିସିର ଇଞ୍ଜିନ୍‌, ସାଇଲେନ୍‌ସର୍‌, ତେଲଟାଙ୍କି, କ୍ଲଚ୍‌ ଓ ଏକ୍ସିଲେଟର୍‌ ସଂଯୋଗ କରାଯାଇଛି। ପେଟ୍ରୋଲ ଟାଙ୍କି ୨ଲିଟର କ୍ଷମତା ବିଶିଷ୍ଟ ହୋଇଥିବା ବେଳେ ଏହାର ଟପ୍‌ ସ୍ପିଡ ରହିଛି। ଘଣ୍ଟାକୁ ୪୫ କି.ମି. ବେଗରେ ଗଲେ ୧ ଲିଟର ପେଟ୍ରୋଲରେ ସାଇକେଲ ୪୦ରୁ ୪୫ କି.ମି. ଯାଇପାରୁଛି। ଏହାବ୍ୟତୀତ ୨୦ରୁ ୨୫ କି.ମି. ବେଗରେ ଗଲେ ୧ଲିଟର ପେଟ୍ରୋଲରେ ୬୦ କି.ମି. ପର୍ଯ୍ୟନ୍ତ ଯାଇପାରୁଛି। ଏହି ସାଇକେଲ ପେଡାଲ୍‌କୁ ମାରି କ୍ଲଚ ଛାଡ଼ି ଦେଲେ ଇଞ୍ଜିନ ଷ୍ଟାର୍ଟ ହୋଇଯାଉଛି। ଏହାପରେ ଆଉ ପେଡେଲ୍‌ ମାରିବାର ଆବଶ୍ୟକତା ନାହିଁ। ଟାଙ୍କିରୁ ତେଲ ସରିଗଲେ ସାଧାରଣ ସାଇକେଲ ପରି ପେଡାଲ ମାରି ଯାଇହେବ। ଏହି ଇଞ୍ଜିନ ୨ ଷ୍ଟୋକ୍‌ ହୋଇଥିବା ବେଳେ ଏଥିରେ ପେଟ୍ରୋଲ ସାଙ୍ଗରେ ଅଏଲ ମିଶାଇବାକୁ ପଡ଼ୁଛି। ଏହି ସାଇକେଲ ପାଇଁ ଖର୍ଚ୍ଚ ହୋଇଛି ୨୦ ହଜାର ଟଙ୍କା।
ଶୁଭମ୍‌ ସୌଭାଗ୍ୟଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କମାର ଗାଁ ଗ୍ରାମରେ। ସେ ଭଦ୍ରକ ମଇତାପୁରସ୍ଥିତ ରୟାଲ ପବ୍ଲିକ ସ୍କୁଲରେ ପାଠ ପଢନ୍ତି। ପିଲାବେଳୁ ବିଭିନ୍ନ ଯନ୍ତ୍ରଚାଳିତ ଖେଳନା ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା। ପାଠପଢ଼ା ସହ ବିଭିନ୍ନ ଯାନ୍ତ୍ରିକ ଖେଳନା କିଣିବା ଓ ତାକୁ ସଜାଡ଼ିବାରେ ତାଙ୍କର ସମୟ କାଟୁଥିଲେ। ଏବେ ନାବାଳକ ଛାତୀଛାତ୍ରମାନେ ଗାଡି ଚଳାଇ ପାରିବେ ନାହିଁ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ସେ ପେଟ୍ରୋଲ ଚାଳିତ ସାଇକେଲ ତିଆରି କରିବାକୁ ଚିନ୍ତା କଲେ। ସେ ଏ ବିଷୟରେ ତାଙ୍କର ବଡ଼ଭାଇ ଜଗବନ୍ଧୁ ଅଗସ୍ତି ଜଣାଇଲେ। ତାଙ୍କ ବଡ ଭାଇ ଜଣେ ବିଟେକ୍‌ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ସାନଭାଇର ଇଚ୍ଛାକୁ ସଫଳ ରୂପାୟନ ଦେବା ପାଇଁ ବର୍ଷେ ପୂର୍ବରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ଦୁଇଭାଇ ପ୍ରଥମେ ଇଣ୍ଟରନେଟ୍‌ରେ ବିଭିନ୍ନ ବିଭିନ୍ନ ଯନ୍ତ୍ରାଂଶ କିଣି ସାଇକେଲରେ ଲଗାଇଛନ୍ତି। ଏହି ବାଇକ୍‌କୁ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ସବୁବର୍ଗର ଲୋକେ ଚଲାଇପାରିବେ। ଏହି ସାଇକେଲ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁଶନ ବା ଇନ୍‌ସୁରାନ୍ସର ଆବଶ୍ୟକତା ନାହିଁ। କେବଳ ସୁରକ୍ଷା ପାଇଁ ହେଲ୍‌ମେଟ ପିନ୍ଧା ଯାଇପାରିବ। ରାସ୍ତାରେ ସାଇକେଲ ଚାଲୁଥିବା ବେଳେ କ୍ଲଚ୍‌ ଓ ଆଗ ବ୍ରେକକୁ ବ୍ୟବହାର କରି ଚାଳକ ନିଜ ଇଚ୍ଛା ଅନୁସାରେ ଏହାକୁ ରୋକିପାରିବ। ଏଥିରେ ଷ୍ଟାର୍ଟ ପାଇଁ କିକ୍‌ କି ସେଲ୍ଫଷ୍ଟାର୍ଟର ଆବଶ୍ୟକତା ନାହିଁ। ଶୁଭମ୍‌ଙ୍କର ବାପା ନରହରି ଅଗସ୍ତି ଓ ମା ଗୀତାଞ୍ଜଳି ପଣ୍ଡା ଶିକ୍ଷକତା କରୁଥିବା ବେଳେ ଦୁଇପୁଅଙ୍କର ଏଭଳି ଉଦ୍ୟମରେ ଖୁସିବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଥ୍‌ରୁମ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ: ବଢୁଛି ସନ୍ଦେହ

ବାଲିଗୁଡା,୧୮।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ପଣସପଡ଼ିଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବାଥ୍‌ରୁମ୍‌ରୁ ଯୁବତୀଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ସୂଚନା...

ଟ୍ରେନ୍‌ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା,୧୮ା୧୦(ଆଶିଷ ରଞ୍ଜନ ପଣ୍ଡା): ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ୧୫ ଦିନ ବିତିଲା, ସମିତିସଭ୍ୟ-ସରପଞ୍ଚଙ୍କୁ ଭୟଭୀତ ପାଇଁ କୂଟଚକ୍ରାନ୍ତ

କେସିଙ୍ଗା,୧୮ା୧୦: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜକୁ ୧୫ଦିନ ବିତି ଗଲାଣି। ପ୍ରଶାସନିକସ୍ତରରେ ନୋଟିସ୍‌...

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ

ପୁରୀ,୧୮।୧୦: ବୃନ୍ଦାବତୀ ନିବାସ ଆଗରେ ଜଣେ ହବିଷ୍ୟାଳୀ ଅଚେତ୍‌ ହୋଇ ପଡିଛନ୍ତି। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳୀ ଜଣଙ୍କ ଯାଜପୁର ଜିଲା ବରୀ...

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri