Categories: ବାଣିଜ୍ୟ

ପେଟ୍ରୋଲ, ଡିଜେଲରେ ଜିଏସ୍‌ଟି: ନିଷ୍ପତ୍ତି ନେବ ଜିଏସ୍‌ଟି କାଉନ୍‌ସିଲ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧-୭:ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ଓ ପ୍ରାକୃତିକ ବାଷ୍ପକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ଜିଏସ୍‌ଟି କାଉନସିଲ୍‌ ନିଷ୍ପତ୍ତି ନେବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ କହିଛନ୍ତି। ରାଜ୍ୟ ସଭାରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ସମ୍ବିଧାନର ଧାରା ୨୭୯ଏ(୫) ଜିଏସ୍‌ଟି କାଉନସିଲ ପେଟ୍ରୋଲିୟମ ପଦାର୍ଥକୁ ଜିଏସ୍‌ଟି ଅଧୀନକୁ ଆଣିବା ନେଇ ତାରିଖ ଘୋଷଣା କରିପାରିବେ। ସିଜିଏସ୍‌ଟି ଆଇନର ଧାରା ୯(୨) ଅନୁଯାୟୀ,ପେଟ୍ରୋଲ, ଡିଜେଲ ସମେତ ପେଟ୍ରୋଲିୟମ ପଦାର୍ଥକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ଜିଏସ୍‌ଟି କାଉନସିଲ୍‌ର ଅନୁମୋଦନ ଆବଶ୍ୟକ। କାଉନସିଲରେ କେନ୍ଦ୍ର,ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ସଦସ୍ୟ ରହିଛନ୍ତି। ଏଣୁ କାଉନସିଲ୍‌ ହିଁ ପେଟ୍ରୋଲିମ ପଦାର୍ଥ ଉପରେ ଜିଏସ୍‌ଟି ଆଦାୟ ନେଇ ନିଷ୍ପତ୍ତି ନେଇପାରିବେ ବୋଲି ପ୍ରଧାନ ସ୍ପଷ୍ଟ କରିଛନ୍ତି।

Share