ଭୁବନେଶ୍ୱର,୧୭।୫ : ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍ ବଢାଇଛନ୍ତି। ପେଟ୍ରୋଲ ଉପରେ ଭ୍ୟାଟ୍ ୨୬%ରୁ ୩୨%କୁ ବଢିଛି। ଫଳରେ ପେଟ୍ରୋଲ ଲିଟର ପିଛା ଦର ୩.୧୧ ଟଙ୍କା ବଢି ରିଟେଲ ମୂଲ୍ୟ ୭୧.୬୯ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ଉପରେ ଏହା ଭ୍ୟାଟ୍ ୨୬%ରୁ ୨୮%କୁ ବଢିବା ଯୋଗୁ ଏହାର ମୂଲ୍ୟ ୧.୦୩ ଟଙ୍କା ବୃଦ୍ଧି ଘଟି ଲିଟର ପିଛା ମୂଲ୍ୟ ୬୭.୭୩ ଟଙ୍କା ଛୁଇଁଛି। ଏହି ବର୍ଦ୍ଧିତ ଦର ଶନିବାର ମଧ୍ୟ ରାତ୍ରିଠାରୁ ଲାଗୁ ହେବ। ନୂଆଦର ଲାଗୁ ହେବା ପରେରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୧୬.୬୦ ଟଙ୍କା ଏବଂ ୧୪.୩୪ ଟଙ୍କା ଭ୍ୟାଟ୍ ସଂଗ୍ରହ କରୁଛନ୍ତି।