Categories: ବାଣିଜ୍ୟ

ପେଟ୍ରୋଲ, ଡିଜେଲ ଦର ବଢ଼ିଲା

ନୂଆଦିଲ୍ଲୀ,୧୮-୯: ସୌଦି ଆରବର ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ପରେ ଅଶୋଧିତ ତେଲ ବଜାରରେ ହଇଚଇ ସୃଷ୍ଟି ହୋଇଛି। ଏହି କାରଣରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଜୁଲାଇ ୫ରେ ସାଧାରଣ ବଜେଟ ଉପସ୍ଥାପନ ପରେ ସର୍ବବୃହତ ବୃହତ ବୃଦ୍ଧି ଦେଖିବାକୁ ମିଳିଛି। ଦିଲ୍ଲୀରେ ପେଟ୍ରୋଲ ଦର ୧୪ ପଇସା ବଢ଼ି ୭୨.୧୭ ଟଙ୍କା ପ୍ରତି ଲିଟର ହୋଇଥିବା ବେଳେ ଡିଜେଲ ଦର ୧୫ ପଇସା ବଢ଼ି ୬୫.୫୮ ଟଙ୍କା ହୋଇଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ସୂତ୍ରରୁ ପ୍ରକାଶ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇ ଦେଇଥିଲେ। ଫଳରେ ତେଲ ଦର ପ୍ରାୟ ଅଢ଼େଇ ଟଙ୍କା ଲିଟର ପ୍ରତି ବଢ଼ିଯାଇଛି। ସୋମବାର ଅନ୍ତର୍ଜାତୀୟ ବଜାରରେ ତେଲ ଦର ୨୦ ପ୍ରତିଶତ ବୃଦ୍ଧି ପାଇବା କାରଣରୁ ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି। ତେବେ ମଙ୍ଗଳବାର ଅନ୍ତର୍ଜାତୀୟ ବଜାରର ଅଶୋଧିତ ତେଲ ଦର ୦.୫% ହ୍ରାସ ପାଇ ୬୮.୬୬ ଡଲାର ପ୍ରତି ବ୍ୟାରେଲ ହୋଇଛି।

Share