ପେଟ୍ରୋଲ ଢାଳି ପୋଡ଼ିବା ଘଟଣା, ଆହତ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୯।୩(ଡି.ଏନ.ଏ.)-ବେଲଗୁଣ୍ଠା ଫାଣ୍ଡି ଧୁମୁଛାଇର ସନ୍ତୋଷ ନାୟକ (୨୫)ଙ୍କୁ ତାଙ୍କର ୨ ସାଙ୍ଗ କୌଣସି କାରଣକୁ ନେଇ ଗତ ଜାନୁୟାରୀ ୨୫ ତାରିଖରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ଫଳରେ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସୋମବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କ ମୃତ୍ୟୁ ଘଟିଛି। ମୃତଦେହ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ଧୁମୁଛାଇରେ ପହଞ୍ଚତ୍ବ ବୋଲି ଜଣାପଡ଼ିଛି।