Categories: ଖେଳ

ପେଟ୍ରୋଲ ପମ୍ପରେ ବସି ଝଗଡା କଲେ ଧୋନୀ-ସାକ୍ଷୀ, ଫ୍ୟାନ୍‌ କଲେ ପ୍ରଶଂସା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍‌ ପରେ କିଛି କ୍ରିକେଟରୁ ଦୂରେଇ ରହିଛି। ଏହି ସମୟରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ମାହି। ନିକଟରେ ସେ ଏକ ପ୍ରେଟୋଲ ପମ୍ପ ପାଖରେ ବସିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଧୋନୀ ସ୍ତ୍ରୀ ସାକ୍ଷୀଙ୍କ ସହ ମସ୍ତି କରୁଥିବାର ନଜର ଆସିଛନ୍ତି। ଉଭୟ ପେଟ୍ରୋଲ ପମ୍ପ ଉପରେ ବସିଛନ୍ତି, ସାକ୍ଷୀ ଏକ କାଗଜରେ ଲେଖାଯାଇଥିବା ଡାଏଲଗ୍‌ ପଢୁଛନ୍ତି। ଧୋନୀ ତାଙ୍କଠାରୁ କାଗଜ ଛଡାଇ ନେଇ, କାଗଜ ଦେଖିକି ଡାଏଲଗ୍‌ ଠିକ୍‌ରେ କହିପାରୁନ, ପୁଣି ଉପସ୍ଥାପନ କେମିତି କରିବ ବୋଲି କହୁଛନ୍ତି। ସାକ୍ଷୀ ବାରମ୍ବାର ଡାଏଲଗ୍‌ କହି ନ ପାରି ଅଟକି ଯାଉଛନ୍ତି। ତାଙ୍କ ସାଙ୍ଗମାନେ ଧୈର୍ଯ୍ୟର ସହ କହିବାକୁ ଉପଦେଶ ଦେଉଛନ୍ତି। ଧୋନୀ ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓଟି ପୋଷ୍ଟ କରିଛନ୍ତି। ଏହି ଭିଡିଓଟି ୨ ଘଣ୍ଟାରେ ୨୫ ଲକ୍ଷରୁ ଅଧିକଥର ୟୁଜର୍ସ ଦେଖିସାରିଲେଣି। ଏହି ଭିଡିଓକୁ ଦେଖି ଯୁଜର୍ସ ଦୁହିଁଙ୍କ ଯୋଡିକୁ ବେଶ୍‌ ପ୍ରଶଂସା କରିଛନ୍ତି।

Share