Categories: ଗଞ୍ଜାମ

ଘର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୨ା୫- ଘରଭଡ଼ାକୁ କେନ୍ଦ୍ରକରି ଘର ମାଲିକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଗୋଷାଣୀନୂଆଗଁା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଷାଣୀନୂଆଗଁା ଅଞ୍ଚଳର ଏକ ଦୃଷ୍ଟିହୀନ ଅନୁଷ୍ଠାନର ମୁଖ୍ୟ ବଦ୍ରିରାଜନଗରର ଭବାନୀ ଶଙ୍କର ପାଢୀ (୪୨), ତାଙ୍କ ଭଣଜା ଦିନେଶ ପଣ୍ଡା (୨୬), ସମ୍ପର୍କୀୟ ଭାଇ ରୋହିତ ପାଢ଼ୀ (୨୩) ଓ ଜଣେ କର୍ମଚାରୀ ଛତ୍ରପୁରର ଅଶୋକ ପୁରୋହିତ (୪୨) ବୋଲି ପୋଲିସ ସୂଚନା ଦେଇଛି। ନଂ. ୫୩/୧୯ରେ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ, ବିଜିପୁର ତୋଟା ସାହିର ସୁରଜିତ୍‌ ରଥଙ୍କର ଏକ ଘରକୁ ଭବାନୀ ଭଡ଼ା ସୂତ୍ରରେ ନେଇ ସେଠାରେ ବ୍ୟବସାୟ କରୁଥିଲେ। ଘର ଭଡ଼ା ମିଆଦ ସାରିବା ପରେ ମାଲିକ ଭବାନୀଙ୍କୁ ଘର ଖାଲି କରିବା ପାଇଁ ବାରମ୍ବାର କହିଥିଲେ। ସୋମବାର ରାତିରେ ସେ ଭବାନୀଙ୍କୁ ତୁରନ୍ତ ଘର ଖାଲି କରିବା ପାଇଁ କହିବା ବେଳେ ଭବାନୀ ଓ ତାଙ୍କ ସମ୍ପର୍କୀୟମାନେ ଲୁହାରଡ଼ରେ ସୁରଜିତଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ଉପରୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନାଧିକାର ସୁମିତ୍‌ କୁମାର ସୋରେନ ସୂଚନା ଦେଇଛନ୍ତି।