Categories: ବାଣିଜ୍ୟ

ପେଟ୍ରୋଲ ବିକ୍ରି ୬୧%, ଡିଜେଲ ୫୭% ହ୍ରାସ

ନୂଆଦିଲ୍ଲୀ,୫। ୫: ଚଳିତ ବର୍ଷ ଏପ୍ରିଲ ମାସରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଯଥାକ୍ରମେ ୬୧% ଏବଂ ୫୭% ହ୍ରାସ ଘଟିଛି। କେତେକ କ୍ଷେତ୍ରରେ ଔଦ୍ୟୋଗିକ ଉତ୍ପାଦନ ଏବଂ ପରିବହନକୁ ଅନୁମତି ପ୍ରଦାନ କରାଯାଇଥିବାରୁ ଇନ୍ଧନ ବିକ୍ରିରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଶିଳ୍ପ ସୂତ୍ରରୁ ସାମ୍ନାକୁ ଆସିଛି। ଦେଶରେ ଥିବା ମୋଟ୍‌ ଫୁଏଲ ରିଟେଲ ଆଉଟଲେଟଗୁଡ଼ିକ ମଧ୍ୟରେ ୩ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀର ଅଂଶ ୯୦% ରହିଛି। ଏହି କମ୍ପାନୀଗୁଡ଼ିକର ରିଟେଲରଙ୍କ ଏପ୍ରିଲ ପ୍ରଥମ ୧୫ ଦିନରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଯଥାକ୍ରମେ ୬୧% ଏବଂ ୬୪% ହ୍ରାସ ଘଟିଥିଲା। ଗତ ବର୍ଷ ସମାନ ସମୟକୁ ବିଚାର କଲେ ବର୍ତ୍ତମାନ ମୋଟ ଇନ୍ଧନ ବିକ୍ରି ୫୦% ଖସିଛି ବୋଲି ତୈଳ ଶିଳ୍ପ ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଦେଶର ମୋଟ ଇନ୍ଧନ ଚାହିଦା ମଧ୍ୟରେ ଏଲ୍‌ପିଜି, ପେଟ୍ରୋଲ, ଡିଜେଲ, ବିଟୁମେନ୍‌ ଭଳି ଇନ୍ଧନ ସାମିଲ ରହିଛି। ଏପ୍ରିଲରେ ବିମାନ ଇନ୍ଧନ ବା ଇଏଟିଏଫ୍‌ ବିକ୍ରି ପ୍ରାୟ ୯୨% ଖସିଥିବା ଶିଳ୍ପ ଡାଟାରୁ ସାମ୍ନାକୁ ଆସିଛି।

Share