ପେଟ୍‌କେ ଯାଉଛେ ନଲିଆର ପାଏନ୍‌

ବାମରା, ୧୯।୩ (ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ବାମରା ସଦର ମହକୁମା ଗୋବିନ୍ଦପୁର ପଁଚେତ୍‌ରେ ଚଲତି ବଛର ଖରାଦିନ୍‌ ମୂଲ ନାଇଁ ହେଉନୁ ପିଇଲା ପାଏନ୍‌ ସମସିଆ ଦେଖାଦେଇଛେ। ଗଲା ବଛ୍‌ରେ ହେଲା ବାମରାର ପାଖାପାଖି ସବୁ ନଲ୍‌ଚୁଅଁା ଅଚଲ ହେଇ ପଡ଼ିଛେ। ଅଂଚଲବାସୀ ବାରବାର ଅଭିଯୋଗ କଲେ ବି ପରଶାସନ ସମସିଆର ସମାଧାନ କରବାରେ ବିଫଲ ହେଇଛେ। ଏନ୍‌ତାଥି ଲୋକ୍‌ ଉପେ ଶୂଇନ ହେଇ ଆସର ପାସର ନାଲ୍‌ନଲିଆ, ବଁଧ୍‌କଟାର ଦୂଷିତ ପାଏନ୍‌ ପିଇବା ଖାଏବାରେ ବେଭାର କରୁଥିବାର ଦେଖ୍‌ବାକେ ମିଲୁଛେ। ଇଆଡ଼େ ଗୋବିନ୍ଦପୁର ସରପଁଚ୍‌ ଆର ବିଡିଓକଁର ମେଲ ଅଭାବୁ ବାମରା ସଦର ମହକୁମାର ଭିନେ ଭିନେ ବିକାଶ ମୂଲକ କାମ୍‌ ଅଟ୍‌କି ରହିଥିଲାବେଲେ ଅଚଲ ନଲ୍‌ଚୁଅଁାମାନେ ମରାମତି ହେଇ ନାଇଁପାରବାର। ନଲ୍‌ଚୁଅଁା ମରାମତି ଦାଇତିଅ ପଁଚେତ୍‌ର ଆର ଦରକାରୀ ସାଜୋସାମାନ ଲାଗି ସରପଁଚ୍‌ ଟଁକା ନାଇଁ ଦେଉଥିବାର କଥା କହି ବିଡିଓ ନିଜର ଦୋଷ ଛଡ଼େଇ ଆସୁଛନ୍‌। ସେନ୍‌ତା ସରପଁଚ୍‌ ବି ଇଥିରଲାଗି ବ୍ଲକ ପରଶାସନକେ ଦାଇ କରିଛନ୍‌। ଏନ୍‌ତାଥି ବାମରା ଅଂଚଲବାସୀ ପିଇଲା ପାଏନ୍‌ ଲେଖେଁ ମଉଲିକ ସୁବିଧାରୁ ବଁଚିତ୍‌ ହେଉଥିବାର ଅଭିଯୋଗ କରିଛନ୍‌। ଗୋବିନ୍ଦପୁର ପଁଚେତ୍‌ର ବଡ଼ଡୁମେରମୁଣ୍ଡା, ଗଣେଶନଗର, ଷ୍ଟେଶନବସ୍ତି, ସିସଲଫାର୍ମ, ଟୁଙ୍ଗରିପଡ଼ା, ମସଜିଦ୍‌ପଡା, ବିଜୁ ପଟ୍ଟନାୟକ ଛକ, ଗୋବିନ୍ଦପୁର ଆର ମୁଣ୍ଡାଢ଼ିପା ସମେତ ଉନିଆ ପଡ଼ାମାନକେ ପାଖାପାଖି ୨୦ରୁ ଅଧ୍‌କା ନଲ୍‌ଚୁଅଁା ବଛ୍‌ରେ ହେଲା ଅଚଲ ହେଇ ପଡ଼ିଛେ। ବଡ଼ଭାରି ସିସଲଫାର୍ମର ଟୁଙ୍ଗରିପଡ଼ାରେ ଲୁକ୍‌କର ଲାଗି ଗୁଟେନ ନଲ୍‌ଚୁଅଁା ଥିଲାବେଲେ ସେଟା ବଛ୍‌ରେ ହେଲା ଅଚଲ ହେଇ ପଡ଼ିଛେ। ଏନ୍‌ତାଥି ନଲ୍‌ଚୁଅଁା ଉପରେ ନିରଭର କରୁଥିବାର ପଡ଼ାର ୨୫ ପରିବାର ୧ କି.ମି. ଦୂରୁ ନାଲ୍‌ରୁ ପାଏନ୍‌ ଆନି ବେଭାର କରୁଛନ୍‌। ହେଲେ ଦୁଖର କଥା ଇ ବାବ୍‌ଦେ ସରପଁଚ୍‌ନୁ ଆରମ୍‌ କରି ବିଡିଓ, ଉପଜିଲାପାଳ, ଜିଲାପାଳକୁଁ ବାରବାର ଅଭିଯୋଗ କରି ନିରାଶ ହେଇଛୁଁ ବଲି ଟୁଙ୍ଗରିପଡ଼ାର ଭାଗିରଥି ଛତ୍ରିଆ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଗୋବିନ୍ଦପୁର ସରପଁଚ୍‌ ମିନାକ୍ଷୀ ମାଝିକୁଁ ପଚ୍‌ରାଲାରୁ ଆଗରୁ ବିଡିଓକଁର ଅସହଯୋଗ ଲାଗି ମରାମତିରେ ବିଲମ୍‌ ହେଇଛେ। ଏହେଦେ ବ୍ଲକ ପରଶାସନକେ ନଲଚୁଅଁାର ମରାମତି ଲାଗି ସାଜୋସାମାନ ଘିନବାକେ ଟଁକା ଦିଆଯାଇଛେ। ବହୁତ୍‌ ଜଲଦି ସମସିଆର ସମାଧାନ ହେବା ବଲି ସେ କହିଛନ୍‌। ସେନ୍‌ତା ବାମରା ବିଡିଓ ଗୋବିନ୍ଦ ଡନସନା ବି ବହୁତ୍‌ ଜଲଦି ସମସିଆର ସମାଧାନ କରାଯିବା ବଲି କଥା ଦେଇଛନ୍‌।

Share