ଘରେ ଯଦି କୌଣସି ପୋଷା କୁକୁର ବା ବିରାଡି ରଖିଛନ୍ତି ତେବେ ସେମାନଙ୍କୁ ଆପଣ ବାଘ, ଘୁଷୁରି ଏପରି କି ମିକିମାଉସ୍ ଏବଂ ଡୋନାଲ୍ଡ ଡକ୍ରେ ମଧ୍ୟ ପରିଣତ କରିପାରିବେ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏହା ସମ୍ଭବ ହୋଇପାରୁଛି ଚାଇନାରେ ଥିବା ପେଟ ଗ୍ରୁମିଙ୍ଗ ଏବଂ ଡିଜାଇନିଙ୍ଗ ସେଣ୍ଟର ଦ୍ୱାରା। ଏହି ସେଣ୍ଟର ଗୁଡିକରେ ଲୋମଯୁକ୍ତ ଗୃହପାଳିତ କୁକୁର ବା ବିଲେଇଙ୍କ ଲୋମକୁ କାଟି ତାକୁ ବିଭିନ୍ନ ଶେପ୍ ଦେବା ପରେ ତାକୁ ପ୍ରାକୃତିକ କଲରରେ ଡାଏ କରାଯାଇ ଏକ ଭିନ୍ନ ରୂପ ଦିଆଯାଇଥାଏ। ମାଲିକଙ୍କ ଡିମାଣ୍ଡ ଅନୁଯାୟୀ ଏଠାରେ କାର୍ଯ୍ୟରତ ଅଭିଜ୍ଞ କ୍ରିଏଟିଭ୍ ଗ୍ରୁମର୍ମାନେ ପୋଷା ଜୀବଙ୍କୁ ବିଭିନ୍ନ କ୍ରିଏଟିଭ ଲୁକ୍ ମାଧ୍ୟମରେ ଜେବ୍ରା, ଜିରାଫ, ବିଭିନ୍ନ କାର୍ଟୁନ ଚରିତ୍ରର ରୂପ ଦେଇଥାନ୍ତି। କୁକୁର ବା ବିଲେଇଙ୍କ ଏପରି ପରିବର୍ତ୍ତିତ ରୂପକୁ ଦେଖିବା ଯେତିକି କୌତୂହଳପୂର୍ଣ୍ଣ ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ।