ପେଟ ବୃଦ୍ଧି କମାଇବା ସହ କୋଷ୍ଠକାଠିନ୍ୟ ଦୂର କରେ ଗୋଲମରିଚ

ଗୋଲମରିଚକୁ କେବଳ ମସଲା ଭାବେ ବ୍ୟବହାର କରିହେବ ତାହା ନୁହେଁ, ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଆୟୁର୍ବେଦ ଅନୁଯାୟୀ, ସକାଳେ ଅଳ୍ପ ଉଷୁମ ପାଣିରେ ଗୋଲମରିଚ ମିଶାଇ ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ପେଟ ବୃଦ୍ଧି କମ୍‌ କରେ : ପାଣିରେ ଗୋଲମରିଚ ମିଶାଇ ପିଇଲେ ଏହା ପେଟର ବୃଦ୍ଧିକୁ କମାଇଥାଏ। ଶରୀରରେ ଥିବା କ୍ୟାଲୋରୀକୁ କମ୍‌ କରି ଓଜନ ହ୍ରାସରେ ସହାୟକ ହୋଇଥାଏ। କ୍ଷୀରରେ ଅଳ୍ପ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।

କୋଷ୍ଠକାଠିନ୍ୟ ଦୂର କରେ :
ନିୟମିତ ଭାବେ ପାଣିରେ ଗୋଲମରିଚ ମିଶାଇ ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଗୋଲମରିଚ ଶରୀରରେ ଜଳୀୟଅଂଶ ସଠିକ୍‌ କରିବା ସହ ଗ୍ୟାସଟିକ୍‌ ସମସ୍ୟା ଦୂର କରିବାର ସହାୟକ ହୋଇଥାଏ।