ପେଟ ମାଲିସ ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା

ମାଲିସ ଶରୀର ପାଇଁ ବହୁତ ଲାଭଦାୟକ। ଏହା ଦ୍ୱାରା ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ନିଜକୁ ସୁସ୍ଥ ଅନୁଭବ କରିଥାଏ। ସେହିପରି ପେଟ ମାଲିସର ବହୁ ଉପକାରିତା ରହିଛି। ପେଟ ମାଲିସ ଦ୍ୱାରା ଚିନ୍ତାମୁକ୍ତ ହେବା ସହ ସମସ୍ତ ପ୍ରକାର ପେଟ ସମସ୍ୟା ଦୂର ହୋଇଥାଏ।
ଚିତ୍‌ ହୋଇ ଶୋଇ ପଡ଼ନ୍ତୁ। ହାତରେ ଅଳ୍ପ ଟିକେ ତେଲ ନେଇ ପେଟରେ ୩ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ। ମସ୍ତିଷ୍କ ଶାନ୍ତ ରଖି ମାଲିସର ଉଷ୍ମତାକୁ ଅନୁଭବ କରନ୍ତୁ। ଏପରି କରିବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ପେଟ ଦରଜ ଦୂର ହୋଇଥାଏ। ଓଜନ କମ୍‌ ହେବା ସହ ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। ଲିଭର ସମେତ ଅନେକ ଅନ୍ତଃରୋଗ ଭଲ ହୋଇଥାଏ।