Categories: ଫୁରସତ

ପେଣ୍ଟର୍‌ ମୂଷା ଡାରିଅସ୍‌

କିଛି ପେଣ୍ଟର୍‌ ଜୀବଜନ୍ତୁଙ୍କ ବିଷୟରେ ଆପଣ ଇଣ୍ଟରନେଟ୍‌ର ବିଭିନ୍ନ ସାଇଟ୍‌ରୁ ପଢ଼ି ଜାଣିଥିବେ। ଏବେ ଆଉ ଏକ ପ୍ରାଣୀ ପେଣ୍ଟିଂ କରି ସମସ୍ତଙ୍କୁ ଚକିତ କରିଛି। ସେ ହେଉଛି ଏକ ଛୋଟିଆ ମୂଷା। ନାଁ ତା’ର ଡାରିଅସ୍‌। ଆମେଲି ମର୍କୋଟା ଆଣ୍ଡରସନ ହେଉଛନ୍ତି ତା’ର ମାଲିକାଣୀ। ଆମେଲି ପେସାରେ ଜଣେ ଆନିମେଶନ ଓ ଡିଜିଟାଲ ଆର୍ଟ ଛାତ୍ରୀ। ଛୋଟବେଳୁ ସେ ମୂଷା ରଖି ଆସିଛନ୍ତି। ସେ ହିଁ ଡାରିଅସ୍‌କୁ ଗୋଡ଼ରେ ପେଣ୍ଟ କରିବା ଶିଖାଇଛନ୍ତି। କିଛି ନନ୍‌ ଟକ୍ସିକ୍‌ ରଙ୍ଗ ଆଣି ସେଥିରେ ସେ ତା’ର କୁନି କୁନି ଗୋଡ଼ ବୁଡ଼ାନ୍ତି। ଆଉ ସାଦାକାଗଜ ଉପରେ ତାକୁ ଛାଡ଼ି ଦିଅନ୍ତି। ମୂଷାଟି ଆଗପଛ ଏପଟ ସେପଟ ହୋଇ ବିଭିନ୍ନ ଆକୃତି ତିଆରି କରିଥାଏ। ୨୦୧୮ରେ ଡାରିଅସ୍‌ ପ୍ରଥମ ପେଣ୍ଟିଂ କରିଥିଲା। ଏହାର ଫଟୋ ଓ ଭିଡିଓ ଆମେଲି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିବା ପରେ ତାହା ଭାଇରାଲ ହେଲା। ଏହାମଧ୍ୟରେ ଡାରିଅସ୍‌ କରିଥିବା ୩-୪ଟି ପେଣ୍ଟିଂ ବିକ୍ରି ବି ହୋଇଛି। ଡାରିଅସ୍‌ ପାଇଁ ଆମେଲି ବେଶ୍‌ ଗର୍ବିତ।

Share