ପେଣ୍ଟ ବଲ ଖେଳିଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧।୬-ଆସନ୍ତ ୫ ତାରିଖରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବା ପରିବର୍ତ୍ତେ ଭାରତୀୟ ଦଳର ସଦସ୍ୟମାନେ ପେଣ୍ଟ ବଲ ଖେଳୁଥିବାର ନଜର ଆସିଛି। ଏହାର ଏକ ଫଟୋ ଅଧିନାୟକ କୋହଲି ଟୁଇଟରରେ ଶେୟାର କରିଛନ୍ତି। ଉକ୍ତ ଫଟୋରେ କୋହଲି, ଲୋକେଶ ରାହୁଲ, ରୋହିତ ଶର୍ମା ଓ ଅନ୍ୟମାନେ ଥିଲେ। ସମସ୍ତ ଖେଳାଳି ଖୁସି ଦେଖାଯାଉଥିବାବେଳେ କୋହଲିଙ୍କ ମଧ୍ୟ ସମର୍ଥନ ଥିବା ଜଣାପଡ଼ିଛି। ନ୍ୟୁଜିଲାଣ୍ଡଠାରୁ ଅଭ୍ୟାସ ମ୍ୟାଚ୍‌ରେ ୬ ଉଇକେଟରେ ହାରିବା ପରେ ଭାରତୀୟ ଦଳ ବାଂଲାଦେଶକୁ ୯୫ ରନ୍‌ରେ ହରାଇ ଆତ୍ମବିଶ୍ୱାସ ହାସଲ କରିଛି। ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରାହୁଲ ଓ ମହେନ୍ଦ୍ର ସିଂ ଧୋନୀ ଶତକ ଲଗାଇଥିବାବେଳେ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ବୃହତ୍‌ ପରାଜୟବରଣ କରିଛି। ଏଣୁ ଫାଫ୍‌ ଡୁପ୍ଲେସିଙ୍କ ଦଳ ଭାରତ ବିପକ୍ଷ ମ୍ୟାଚ୍‌ ଜିତି ୨ ପଏଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

Share