Advertisement

ପେଦ୍ର ଦିଗାଲ ମୃତ୍ୟୁ ଘଟଣା ହତ୍ୟା: ଅଭିଯୋଗ ଆଣିଲେ ପରିବାର

ଫୁଲବାଣୀ ଅଫିସ, ୧୯ା୮-କ.ନୂଆଗାଁ ଥାନା ସିର୍ତ୍ତିିଗୁଡା ପଞ୍ଚାୟତ କୁଡୁପାକିଆ ଗ୍ରାମର ପେଦ୍ର ଦିଗାଲଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନାହାନ୍ତି। ପେଦ୍ରଙ୍କ ମୃତ୍ୟୁ ସ୍ବାଭାବିକ ନୁହେଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ୨୩ ଦିନ ପରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ା ହେଲେ ପୋଲିସର ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ନେଇ ମାମଲା ରୁଜୁ ହୋଇଛି କି ନାହିଁ ସେ ବିଷୟ ସ୍ପଷ୍ଟ କରାଯାଉନାହିଁ। ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ା ତେବେ କିଭଳି ତଦନ୍ତ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ା
ଜୁଲାଇ ୨୫ ତାରିଖ ସକାଳ ପ୍ରାୟ ସାଢ଼େ ୯ଟାରେ ପେଦ୍ର ଓ ତାଙ୍କ ଗ୍ରାମର ଜଣେ ଯୁବକ ଛତୁ ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ ା ଅପରାହ୍ନରେ ଯୁବକ ଜଣକ ଘରକୁ ଫେରିଥିଲେ। ପେଦ୍ର ଆସିବାରେ ଡେରି ହେବାରୁ ତାଙ୍କ ସ୍ତ୍ରୀ ଓ ଝିଅ ଏ ନେଇ ତାଙ୍କୁ ଯାଇ ପଚାରିଥିଲେ। ଯୁବକ ଜଣକ କୁନ୍ଦୁରି ତୋଳିବାକୁ ଗସାନାଜୁ ଯାଇ ଘରକୁ ଫେରିଥିବା କହିଥିଲେ ା ପରେ ମା’, ଝିଅ ପେଦ୍ରଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ନ ପାଇବାରୁ ଗ୍ରାମବାସୀଙ୍କୁ କହିଥିଲେ ା ଗ୍ରାମବାସୀ ସମ୍ପୃକ୍ତ ଯୁବକଙ୍କୁ ଡାକିବା ପାଇଁ ଖବର ଦେଇଥିଲେ ା ହେଲେ ସେ ନ ଆସି ମୁଁ କ’ଣ ତୋ ବାପାଙ୍କୁ ମାରି ଦେଇଛି ବୋଲି ପେଦ୍ରଙ୍କ ଝିଅଙ୍କୁ କହିଥିଲେ। ପରେ ଗ୍ରାମବାସୀ ଉଭୟ ପେଦ୍ର ଓ ସମ୍ପୃକ୍ତ ଯୁବକ ବଡନଦୀ ଉପରପଟକୁ ଯାଇଥିଲେ ଓ ଯିବା ପୂର୍ବରୁ ଗସାମାହାରେ ମଦ୍ୟପାନ କରିଥିଲେ ବୋଲି ଜାଣିବାକୁ ପାଇଥିଲେ। ଜୁଲାଇ ୨୬ରେ ନଦୀର ଏକ ପଥର ସନ୍ଧିରୁ ପେଦ୍ରଙ୍କ ମୃତଦେହ ମିଳିଥିଲା ା ପରିବାର ଲୋକେ ଏବଂ ଗ୍ରାମବାସୀ ଏହି ଘଟଣାକୁ ନେଇ ସମ୍ପୃକ୍ତ ଯୁବକଙ୍କୁ ସନ୍ଦେହ କରି ଆସୁଥିଲେ ା ଗ୍ରାମରେ ଏ ସଂକ୍ରାନ୍ତରେ ବୈଠକ ବି ବସିଥିଲା ା ହେଲେ ଯୁବକ ଜଣକ ମାନି ନ ଥିଲେ ା ଫଳରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଏ ସଂକ୍ରାନ୍ତରେ ଥାନାଧିକାରୀ ଚାନ୍ଦମଣୀ ସିଂ ଘଟଣାର ତଦନ୍ତ ଚାଲିଛି, ପରେ ସବିଶେଷ କୁହାଯିବ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share