ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶର ବଦାୟୁ ଜିଲା ଗ୍ରାମପଞ୍ଚାୟତ ସଚିବ ୭ ଜଣ ପେନସନଧାରୀଙ୍କୁ ମୃତ ଘୋଷିତ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭେରିଫିକେଶନ ସମୟରେ ଏଭଳି ଭୁଲ୍ ହୋଇଥିବା ଜଣାପଡିଛି। ତେବେ ଉକ୍ତ ୭ ଜଣ ପେନସନଧାରୀ ଏବେ ଏହାକୁ ନେଇ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏହା ସାଲାରପୁର ବ୍ଲକ ହୁସେନପୁର ଗାଁର ବୋଲି ଜଣାପଡିଛି। ଯେତେବେଳେ ଏମାନେ ବ୍ୟାଙ୍କରୁ ପେନସନ ଟଙ୍କା ଉଠାଇବାକୁ ଯାଇଥିଲେ ସେତେବେଳେ ସେମାନଙ୍କ ଖାତାକୁ ଟଙ୍କା ଆସି ନ ଥିବା ଜଣାପଡିଥିଲା। ପରେ ଦେଖାଯାଇଥିଲା କି ସେମାନଙ୍କୁ ମୃତ ଘୋଷିତ କରାଯାଇଛି।