ପେନସନ ଟଙ୍କାରୁ ସହାୟତା

ସମ୍ବଲପୁର, ୧୯।୪ (ବ୍ୟୁରୋ)- କରୋନା ଭୂତାଣୁକୁ ପ୍ରତିରୋଧ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ା ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲା ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେ ୨୩ ହଜାର ଟଙ୍କାର ଚେକ୍‌ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି। ୮୦ ବର୍ଷିୟ ରଘୁନାଥ ନିଜ ପେନସନ ଟଙ୍କାରୁ ସଞ୍ଚୟ କରିଥିବା ଅର୍ଥ ଚେକ୍‌ ମାଧ୍ୟମରେ ଦେଇଛନ୍ତି ା

Share