Categories: ଜାତୀୟ

ପେନ୍‌ସନଧାରୀଙ୍କ ଘରୁ ସଂଗ୍ରହ ହେବ ଜୀବିତ ପ୍ରମାଣପତ୍ର

ନୂଆଦିଲ୍ଲୀ,୩୧-୧(ପି.ଟି.):ପେନ୍‌ସନଧାରୀ ଜୀବିତ ଥିବାର ପ୍ରମାଣପତ୍ର ଏଣିକି ସେମାନଙ୍କ ଘରୁ ସଂଗ୍ରହ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏବାବଦରେ ପେନ୍‌ସନଧାରୀଙ୍କଠାରୁ ସର୍ବାଧିକ ୬୦ ଟଙ୍କା ଦେୟ ନିଆଯିବ । ସାର୍ଟିଫିକେଟ ଦାଖଲ କରିବାକୁ ସେମାନଙ୍କୁ ଆଉ ପେନ୍‌ସନ ଯୋଗାଉଥିବା ବ୍ୟାଙ୍କକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଗୁରୁବାର ପେନ୍‌ସନ ଓ ପେନ୍‌ସନଧାରୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଜଣେ ପେନ୍‌ସନଧାରୀ ଜୀବିତ ଅଛନ୍ତି ବୋଲି ପ୍ରତିବର୍ଷ ସମ୍ପୃକ୍ତ ବ୍ୟାଙ୍କକୁ ପ୍ରମାଣ ଦେବାକୁ ପଡ଼ିଥାଏ। ସେଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ସାର୍ଟିଫିକେଟ ସଂଗ୍ରହ କରିବା ଓ ବ୍ୟାଙ୍କକୁ ଯାଇ ଦାଖଲ କରିବା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ସେଥିରୁ ମୁକ୍ତି ଦେବା ପାଇଁ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।

Share