Categories: ଫୁରସତ

ପେପର୍‌ ଓ୍ବିଗ୍‌

ଆସିୟା ଓ ଡିମିଟ୍ରି କୋଜିନ୍‌ ହେଉଛନ୍ତି କଳାକାର। ଦୁହେଁ କାଗଜରେ ବିଭିନ୍ନ କଳାକୃତି ତିଆରି କରନ୍ତି। ହେଲେ ନିକଟରେ କାଗଜର ଆକର୍ଷକ ଓ୍ବିଗ୍‌ ତିଆରି କରି ସୋସିଆଲ ମିଡିଆରେ ବହୁ ପ୍ରଶଂସିତ ହୋଇଛନ୍ତି। କାରଣ ସେଗୁଡିକ ଓ୍ବିଗ୍‌ ନୁହେଁ ଗୋଟେ ଗୋଟେ ସୁନ୍ଦର କଳାକୃତି। ନିଖୁଣ କାରିଗରିର ଝଲକ ଦେଖାଯାଏ ସେଥିରେ। ଫୁଲ, ପତ୍ର, ଡାଳ ସହ ଜାହାଜ, ଅଟ୍ଟାଳିକା, ଉଡାଜାହାଜ ବି ଦେଖିବାକୁ ମିଳେ ଏହି ଓ୍ବିଗ୍‌ରେ। ୧୨ ବର୍ଷ ପୂର୍ବେ ଆସିୟା କିଛି ମିନିଏଚର୍‌ ଓ୍ବିଗ୍‌ ତିଆରି କରି ପ୍ରଦର୍ଶନୀରେ ପ୍ରଦର୍ଶିତ କରିଥିଲେ, ଯାହାକୁ ସମସ୍ତେ ପ୍ରଶଂସା କରିଥିଲେ। ଏହାପରେ ସେ ସ୍ବାମୀ ଡିମିଟ୍ରିଙ୍କ ସହ ମିଶି ପେପର୍‌ ଓ୍ବିଗ୍‌ ତିଆରି କରିବା ଆରମ୍ଭ କଲେ। ଏବେ ଦୁହିଁଙ୍କର କଳାକୃତି ସାରା ପୃଥିବୀରେ ପରିଚିତ। ଦୁହେଁ ବହୁ ଗବେଷଣା କରି ଦୀର୍ଘ ସମୟ ନିଷ୍ଠାର ସହ ପରିଶ୍ରମ କରି ଏହି ପେପର୍‌ ଓ୍ବିଗ୍‌ ତିଆରି କରିଥାଆନ୍ତି।

Share