Categories: ଫୁରସତ

ପେପର କୋଲାଜ୍‌ ପେଣ୍ଟିଙ୍ଗ୍‌

ପେଣ୍ଟିଙ୍ଗ୍‌ ମାନେ ଆମେ କାନ୍‌ଭାସ ଉପରେ ରଙ୍ଗ ତୂଳୀରେ ଅଙ୍କା ଯାଇଥିବା ଚିତ୍ର କଥା ବୁଝିଥାଉ। କିନ୍ତୁ ବିନା ରଙ୍ଗ ତୂଳୀରେ ପେଣ୍ଟିଙ୍ଗ୍‌ ବି ହୋଇପାରେ ବୋଲି କେବେ ଭାବିଛନ୍ତି। ଏହାକୁ ସତ କରି ଦେଖାଇଛନ୍ତି କୋଲାଜ୍‌ ଆର୍ଟିଷ୍ଟ ଅଲବିନ୍‌ ତଲିକ। ଅଲବିନ ବିଭିନ୍ନ ରଙ୍ଗର ପେପରକୁ କାଟି ତାହାକୁ ଏପରି ଭାବେ କୋଲାଜ୍‌ କରନ୍ତି, ଯାହାକୁ ଦେଖିଲେ ଲାଗେ କାନ୍‌ଭାସ ଉପରେ ଅଏଲ ପେଣ୍ଟିଙ୍ଗ୍‌ ଭଳି। ପେଣ୍ଟିଙ୍ଗ୍‌ର ଏହି ନିଆରା ଟେକ୍‌ନିକ୍‌କୁ ପେପର କୋଲାଜ୍‌ ପେଣ୍ଟିଙ୍ଗ୍‌ ବୋଲି କୁହାଯାଏ। ଏହି ଟେକ୍‌ନିକ୍‌ ଅନୁଯାୟୀ ମାଗାଜିନ୍‌ ବା ପୁରୁଣା ପେପରରୁ ବିଭିନ୍ନ ରଙ୍ଗର ପେପର୍‌କୁ କାଟି ତାକୁ ଅଠା ଦ୍ୱାରା କାନ୍‌ଭାସରେ ଏପରି ଭାବେ ସଜାଇ ଲଗାଯାଇଥାଏ ଯେ, ତାହା ଅଏଲ ପେଣ୍ଟିଙ୍ଗ୍‌ର ଭ୍ରମ ସୃଷ୍ଟି କରିଥାଏ। ଏହି ଟେକ୍‌ନିକ୍‌କୁ ବ୍ୟବହାର କରି ଅଲବିନ ବିଭିନ୍ନ ଭୂଦୃଶ୍ୟ, ସହରଦୃଶ୍ୟ ପ୍ରସ୍ତୁତ କରିଥାନ୍ତି। ଏହି ପେଣ୍ଟିଙ୍ଗ ପ୍ରସ୍ତୁତ କରିବା ପାଇଁ ଅଲବିନ୍‌ଙ୍କୁ ଏକ ସପ୍ତାହରୁ ଏକ ମାସ ସମୟ ଲାଗିଥାଏ।

Share