ପେପର ଗାଡି ଡ୍ରାଇଭରଙ୍କୁ ମାଡ: ଅଭିଯୁକ୍ତ ଫେରାର

ଫୁଲବାଣୀ ଅଫିସ,୨୧ା୩:  ରାସ୍ତା ଉପରେ କାର ରଖି ଛିଡା ହୋଇ କଥା ହେଉଥିବା କେତେଜଣ ବ୍ୟକ୍ତିଙ୍କୁ ପେପର ଗାଡି ଚାଳକ ସାଇଡ୍‌ ମାଗିବାରୁ ସେମାନେ ମାଡ ମାରିଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। କାର୍‌ ଚାଳକଙ୍କ ମାଡରେ ପେପର ଗାଡି ଚାଳକ ଅଶ୍ୱିନୀ କୁମାର ନାୟକଙ୍କ ମୁହଁରେ ଗଭୀର ଆଘାତ ଲାଗିଛି। ଅଶ୍ୱିନୀଙ୍କ କହିବା ପ୍ରକାରେ ସେ ଶନିବାର ସକାଳ ପ୍ରାୟ ୮ଟା ୪୫ରେ ଫୁଲବାଣୀ ସର୍କିଟ ହାଉସ୍‌ ପାଖରେ ପହଞ୍ଚତ୍ବାବେଳକୁ ୩ଜଣ ଯୁବକ ରାସ୍ତା ଉପରେ କାର ରଖି କଥା ହେଉଥିଲେ। ସାଇଡ ହେବାକୁ କହିବାରୁ ଗାଳିଗୁଲଜ କରିବା ସହ ହଠାତ୍‌ ଆକ୍ରମଣ କରିଥିଲେ।

Share