Categories: ଜାତୀୟ

ପେପର ପ୍ରିଣ୍ଟିଂ ପ୍ରେସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୯।୧: ରାଜଧାନୀ ଦିଲ୍ଲୀର ପତପାରଗଞ୍ଜ ଶିଳ୍ପାଞ୍ଚଳରେ ଥିବା ଏକ ପେପର ପ୍ରିଣ୍ଟି ପ୍ରେସରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁବାର ଭୋରରୁ ଏଠାରେ ନିଆଁ ଲାଗିଥିବା କୁହାଯାଉଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୩୫ଟି ଦମକଳ ଗାଡି ନିୟୋଜିତ ଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଟ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।

Share