Categories: ଫୁରସତ

ପେପର ଫ୍ୟାଶନ ଶୋ’

ପ୍ରତିଦିନ ଫ୍ୟାଶନ ଜଗତରେ ନୂଆ ନୂଆ ତଥା ଭିନ୍ନ ଧରଣର ଡିଜାଇନ୍‌ମାନ ଦେଖିବାକୁ ମିଳୁଛି। ଏହାକୁ ପ୍ରଦର୍ଶନ କରିବା ଲାଗି ବିଭିନ୍ନ ପ୍ରକାର ଫ୍ୟାଶନ ଶୋ’ର ମଧ୍ୟ ଆୟୋଜନ କରାଯାଇଥାଏ। ସେହିପରି ପ୍ରତିବର୍ଷ ଏକ ନିଆରା ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥାଏ ନ୍ୟୁୟର୍କଠାରେ। ‘ଓ୍ବାନ କ୍ଲବ୍‌ ଫର୍‌ କ୍ରିଏଟିଭିଟି ଡେନ୍‌ଭର’ ତରଫରୁ ଆୟୋଜିତ କରାଯାଉଥିବା ଏହି ଫ୍ୟାଶନ ଶୋ’ ରେ ପ୍ରଦର୍ଶିତ ହେଉଥିବା ସମସ୍ତ ପୋଷାକ ପ୍ରସ୍ତୁତ ହୋଇଥାଏ କେବଳ ପେପରରେ। ପେପର ମିଲ ଦ୍ୱାରା ଯୋଗାଇଦିଆଯାଉଥିବା ପେପର ସିଟ୍‌ରେ ଡିଜାଇନରମାନେ ନିଜ ମନପସନ୍ଦର ପୋଷାକ ପ୍ରସ୍ତୁତ କରିଥାନ୍ତି। ନିଜର ସୃଜନଶୀଳତାକୁ ଉପଯୋଗ କରିବାକୁ ଯାଇ ଫ୍ୟାଶନ ଡିଜାଇନରମାନେ ପେପର ସିଟ୍‌କୁ ବିଭିନ୍ନ ପ୍ରଣାଳୀରେ ପ୍ରିଣ୍ଟ, ଡାଏ, ପେଷ୍ଟିଂ, ଷ୍ଟିଚିଙ୍ଗ, ପେଣ୍ଟିଙ୍ଗ କରି ସୁନ୍ଦର ସୁନ୍ଦର ପୋଷାକମାନ ପ୍ରସ୍ତୁତ କରିଥାନ୍ତି। ଏହାକୁ ପରିଧାନ କରି ମଡେଲମାନେ ଯେତେବେଳେ ରନ୍‌ଓ୍ବେରେ ଚାଲନ୍ତି ସେତେବେଳେ ଏହିସବୁ ପୋଷାକ କପଡ଼ାରେ ପସ୍ତୁତ ହୋଇଥିବାର ଭ୍ରମ ସୃଷ୍ଟି କରେ। ପେପର ଫ୍ୟାଶନ ଶୋ’ର ଆଉ ଏକ ବିଶେଷତ୍ୱ ହେଉଛି, ଶୋ’ର ବିଜେତାମାନଙ୍କୁ ପେପରରେ ପ୍ରସ୍ତୁତ ଟ୍ରଫି ହିଁ ପ୍ରଦାନ କରାଯାଇଥାଏ।

Share