Categories: ଖେଳ

ପେଲେ ଅଫ୍‌ ଏସିଆଙ୍କ ପରଲୋକ

କଲିକତା, ୨୯ା୪ (ପି.ଟି.)-ପୂର୍ବତନ ଫୁଟ୍‌ବଲର ପୁଙ୍ଗମ କାନାନଙ୍କ ରବିବାର ସ୍ଥାନୀୟ ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ଆର୍ଥିକ ସଂକଟ ଦେଇ ଗତିକରୁଥିବା କାନାନ ଭାରତ ତରଫରୁ ୧୪ଟି ମ୍ୟାଚ ଖେଳିଛନ୍ତି। ଚଳିତମାସ ପ୍ରଥମ ସପ୍ତାହରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। କାନାନ ଫରଓ୍ବାର୍ଡ ପୋଜିଶନରେ ଖେଳୁଥିଲେ। ସେ ମୋହନ ବାଗାନ (୮ବର୍ଷ) ଓ ଇଷ୍ଟବେଙ୍ଗଲ (୨) ଦଳରେ ଖେଳିଛନ୍ତି। ୧୯୮୨ରେ ଫୁଟ୍‌ବଲରୁ ଅବସର ନେବା ପୂର୍ବରୁ ସେ ଭାରତ ତରଫରୁ ବ୍ୟାଙ୍କ୍‌କ ଏସିଆନ ଗେମ୍ସ ୧୯୬୬ ଏବଂ ୧୯୬୮ରେ ମର୍ଡେକା କପ୍‌ରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ସେ ବେଙ୍ଗଲ ତରଫରୁ ଖେଳି କ୍ରମାଗତ ଦୁଇଥର (୧୯୭୧-୭୩) ସନ୍ତୋଷ ଟ୍ରଫି ଜିତିଥିଲେ। ସେ ସମୟରେ କିମ୍ବଦନ୍ତୀ ଜର୍ମାନ କୋଚ୍‌ ଟେ୍‌ମାର କ୍ରେମର କାନାନଙ୍କ ଖେଳର ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ‘ପେଲେ ଅଫ୍‌ ଏସିଆ’ ବୋଲି ଡାକୁଥିଲେ। ତାମିଲନାଡୁର ଭନ୍ଦାବାସୀରେ ଜନ୍ମଗ୍ରହଣ କରିଥିବା ଏହି ପୂର୍ବତନ ଫରଓ୍ବାର୍ଡ ଖେଳାଳି ବେଙ୍ଗାଲୁରୁ ଏବଂ ଚେନ୍ନାଇ ପାଇଁ ମଧ୍ୟ ଖେଳିଛନ୍ତି।

Share