ପେସା ଇଞ୍ଜିନିୟରିଂ ନିଶା ଯାତ୍ରା

ପେସାରେ ସେ ଜଣେ ଇଞ୍ଜିନିୟର। ହେଲେ ଯାତ୍ରା ନିଶାରେ ସେ ଏପରି ପଡିଯାଇଛନ୍ତି ଯେ ସେଥିରୁ ମୁକୁଳି ପାରୁନାହାନ୍ତି। ପିଲାଦିନେ ଛୋଟ ଭୂମିକାରେ ଅଭିନୟ କରିବା ପରେ ମଞ୍ଚ ନାଟକ ପ୍ରତି ଆକର୍ଷିତ ହୋଇଥିଲେ। ସ୍କୁଲ ଡ୍ରାମା ‘ଦାନବୀର ହରିଶ୍ଚନ୍ଦ୍ର’ ଏବଂ ‘ମହାଯଜ୍ଞ’ ସହ ତା’ପରେ ପାଖାପାଖି ୫୦ଟି ମଞ୍ଚ ନାଟକରେ ଅଭିନୟ କରିସାରିଛନ୍ତି। ଆଉ ଏବେ ଜଲିଉଡ୍‌ରେ ସେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ସେ ହେଲେ ବଳରାମ ଦାସ। ଗତ ୫-୬ବର୍ଷ ଭିତରେ ସେ ଅପେରା ଜଗତରେ ପରିବେଷିତ ହୋଇଥିବା ପ୍ରତ୍ୟେକ ନାଟକକୁ ଦେଖିବାର ସୁଯୋଗ ହାତଛଡା କରିନାହାନ୍ତି। ଏ ସମ୍ପର୍କରେ ଭଦ୍ରକ ବନ୍ତ ଅନ୍ତର୍ଗତ ନରସିଂହପୁର ଗ୍ରାମରେ ଜନ୍ମିତ ୨୮ବର୍ଷ ବୟସ୍କ ବଳରାମ କହନ୍ତି, ‘ପିଲାଦିନର ଅଭିନୟ ଆଉ ବର୍ତ୍ତମାନ ସହ ତୁଳନା କଲେ ମୁଁ ଏକରକମ ନାଟକ ମାୟାରେ ପଡିଯାଇଛି। ଜଣେ ଇଞ୍ଜିନିୟର ହୋଇଥିଲେ ମଧ୍ୟ ଅପେରା ନାଟକଟିଏ ନ ଦେଖିଲେ ମୋତେ ନିଦ ହୁଏନା। ହେଲେ ଅପେରା ନାଟକ ପ୍ରତି ଅଧିକ ଆକର୍ଷିତ ହେବା ପଛରେ ଆଗଧାଡିର ଯାତ୍ରା ପରିଚାଳକ ବଙ୍କିମ ସ୍ବାଇଁଙ୍କୁ ମୁଁ ଯେତେ ପ୍ରଶଂସା କରିବି ତାହା ସେତେ କମ୍‌ ହେବ। ଯାତ୍ରା ନାଟକର ଏକ ଅଲଗା ଚାର୍ମ ରହିଛି। ଏବେ ଅନେକ ନୂଆ କଳାକାର ଏଥିରେ ନିଜ କ୍ୟାରିୟର କରିବାକୁ ଆଗେଇ ଆସୁଛନ୍ତି। ଭବିଷ୍ୟତରେ ଯଦି ମୋତେ ଏପରି ସୁଯୋଗ ମିଳେ ତେବେ ସେ ନେଇ ଚିନ୍ତା କରିବି।’

Share