ପେସା ଡାକ୍ତର, ନିଶା ସଙ୍ଗୀତ

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହକି ୱାଲର୍‌ଡକପ ଅବସରରେ ହକି ଆନ୍ଥେମ ‘ଜୟ ହୋ ହକି’ରେ କଣ୍ଠଦାନ କରି କିପରି ଅନୁଭବ କରୁଛନ୍ତି ?
ନିଶ୍ଚିତ ରୂପେ ଗର୍ବ ଅନୁଭବ କରୁଛି। ଓଡିଶାରେ ପ୍ରଥମ ଥର ପାଇଁ ହକି ୱାଲର୍‌ଡକପ ଆୟୋଜିତ ହେବା ଗର୍ବର ବିଷୟ। ଏଭଳି ସମୟରେ ହକି ଉପରେ ଓଡିଆରେ ଆନ୍ଥେମରେ କଣ୍ଠଦାନ କରିବା ମୋ ପାଇଁ ଗର୍ବର କଥା। ଏହି ଆନ୍ଥେମ ଗାଇ ନିଜକୁ ଓଡିଆ ଓ ଭାରତୀୟ ବୋଲି ଗର୍ବ ଅନୁଭବ କରୁଛି।
ସଙ୍ଗୀତ ପ୍ରତି ରୁଚି କେବେଠୁ ରହିଥିଲା ? ଏଥିପାଇଁ କାହାଠାରୁ ପ୍ରେରଣା ପାଇଥିଲେ ?
ପିଲାବେଳୁ ଗୀତ ପ୍ରତି ରୁଚି ଥିଲା। ମା’ ଶର୍ମିଳା ସାମନ୍ତରା ଓ ବାପା କୃଷ୍ଣଚନ୍ଦ୍ର ଗନ୍ତାୟତ ପାରଳାଖେମୁଣ୍ଡିରେ ଅଧ୍ୟାପକଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ମା’ ଜୟପୁର ଆକାଶବାଣୀ କେନ୍ଦ୍ରର କଣ୍ଠଶିଳ୍ପୀ ଥିଲେ। ଛୋଟବେଳୁ ମା’ଙ୍କଠାରୁ ପ୍ରେରଣା ପାଇ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲି। ମାତ୍ର ୪-୫ ବର୍ଷ ବୟସରୁ ଷ୍ଟେଜରେ ବହୁ ଭଜନ ଗାଇଥିଲି। ପରେ ମା’ଙ୍କ ପରାମର୍ଶ କ୍ରମେ ଗୁରୁ ରଘୁନାଥ ପାତ୍ରଙ୍କ ନିକଟରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲି।
ଡାକ୍ତରୀ ଜୀବନର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସଙ୍ଗୀତକୁ କିପରି ସମୟ ଦିଅନ୍ତି?
ଦିନରେ ୮ ରୁ ୧୦ ଘଣ୍ଟା ମେଡିକାଲରେ ଡ୍ୟୁଟି ଥାଏ। ବଳକା ତଥା ଅବସର ବେଳେ ଓ ଛୁଟିରେ ସମ୍ପୂର୍ଣ୍ଣ ରୂପେ ସଙ୍ଗୀତ ପାଇଁ ସମୟ ଦିଏ। ଯେହେତୁ ପିଲାବେଳୁ ଶାସ୍ତ୍ରୀୟ ସଙ୍ଗୀତ ଅଭ୍ୟାସ କରିଆସୁଛି। ତେଣୁ ବୃତ୍ତି ସହ ସଙ୍ଗୀତ ଗାଇବାରେ ବିଶେଷ କିଛି ସମସ୍ୟା ହେଉନାହିଁ।
ବୃତ୍ତି ଯୋଗୁ ସଙ୍ଗୀତ ଶିକ୍ଷାରେ କେବେ ସମସ୍ୟା ହୋଇଛି କି ?
ହଁ, ମେଡ଼ିକାଲ ପାଠ ପଢ଼ିବା ବେଳେ ସଙ୍ଗୀତ ପାଇଁ ସମୟ ଦେଇ ପାରି ନ ଥିଲି। ସେହି ସମୟରେ ସଙ୍ଗୀତ ଶିକ୍ଷା କିଛି ବର୍ଷ ପାଇଁ ବାଧାପ୍ରାପ୍ତ ହୋଇଥିଲା।
ଜୀବନର ଲକ୍ଷ୍ୟ କ’ଣ ରଖିଛନ୍ତି ?
ଜୀବନରେ ଜଣେ ଭଲ ଡାକ୍ତର ହିସାବରେ ସବୁ ପ୍ରକାର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ହେଉଛି ମୋର ଏକମାତ୍ର ଲକ୍ଷ୍ୟ। ସୁଯୋଗ ମିଳିଲେ ଟ୍ରାଇବାଲ ଏରିଆ ତଥା ସ୍ବାସ୍ଥ୍ୟ ସେବା ଅପହଞ୍ଚଥିବା ଅଞ୍ଚଳକୁ ଯାଇ ସେଠାରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଇଚ୍ଛା ରଖିଛି।
ସଙ୍ଗୀତକୁ ନେଇ କ୍ୟାରିୟର କରିବାକୁ ଚିନ୍ତା କରିଛନ୍ତି କି ?
ନା, କେବେ ଚିନ୍ତା କରିନି। ସଙ୍ଗୀତ ମୋ ପାଇଁ କେବଳ ହବି। ନିଜକୁ ହାଲ୍‌କା ତଥା ରିଲାକ୍ସେଶନ ପାଇଁ ମୁଁ ସଙ୍ଗୀତ ଗାଇଥାଏ। ଡାକ୍ତରୀ ଜୀବନର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜକୁ ଓ ଅନ୍ୟମାନଙ୍କ ମନୋରଞ୍ଜନ କରିବାରେ ସଙ୍ଗୀତ ମୋ ପାଇଁ ଏକ ମାଧ୍ୟମ ମାତ୍ର।
ତଥାପି ଆଗାମୀ ଦିନରେ ଅନ୍ୟକୁ ପ୍ରୋତ୍ସାହିତ ତଥା ପ୍ରେରଣା ଦେବା ଭଳି ସଙ୍ଗୀତ ଗାଇବାକୁ ଇଚ୍ଛା ରଖିଛି।
ପରିବାରରୁ ଏଥିପାଇଁ କିପରି ସମର୍ଥନ ପାଆନ୍ତି ?
ପରିବାରରେ ସମସ୍ତଙ୍କଠାରୁ ଏଥିପାଇଁ ସମର୍ଥନ ସର୍ବଦା ମିଳିଛି। ମା’ଙ୍କ ସମେତ ବାପା, ଭଉଣୀ ଈପ୍‌ସିତା, ସ୍ତ୍ରୀ ସରସ୍ବତୀ ସାମନ୍ତରା ସମସ୍ତେଯଥେଷ୍ଟ ସମର୍ଥନ ଦେଇଛନ୍ତି।
ନୂତନ ତଥା ବୃତ୍ତି ସହ ସଙ୍ଗୀତରେ କ୍ୟାରିୟର ପାଇଁ ସଂଘର୍ଷ କରୁଥିବା କଣ୍ଠଶିଳ୍ପୀଙ୍କୁ କ’ଣ କହିବାକୁ ଚାହିଁବେ ?
ବର୍ତ୍ତମାନ ସଙ୍ଗୀତ ପାଇଁ ବହୁତ ସୁଯୋଗ ରହିଛି। ଜଣେ ବୃତ୍ତି ସହ ମଧ୍ୟ ସଙ୍ଗୀତରେ କ୍ୟାରିୟର କରିପାରିବ। ଭାରତୀୟ ସଂସ୍କୃତି ତଥା ଶାସ୍ତ୍ରୀୟ ସଙ୍ଗୀତର ଜ୍ଞାନ ଜଣେ ସଙ୍ଗୀତଜ୍ଞ ଓ କଣ୍ଠଶିଳ୍ପୀ ଲାଗି ବହୁତ ଜରୁରୀ। ଜଣେ ଗୁରୁଙ୍କୁ ବାଛି ତାଙ୍କଠାରୁ ସଙ୍ଗୀତ ଶିକ୍ଷା କରିବା ଉଚିତ। ବର୍ତ୍ତମାନ ସମୟରେ ସଙ୍ଗୀତରେ କ୍ୟାରିୟର କରିବାକୁ ହେଲେ ସମସ୍ତ ପ୍ରକାର ସଙ୍ଗୀତ ଉପରେ ପାରଦର୍ଶିତା ଲଭିବାକୁ ହେବ। ସେଥିମଧ୍ୟରେ ଭାରତୀୟ ସଂସ୍କୃତିଭିତ୍ତିକ ସଙ୍ଗୀତର ବିକାଶ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ।

ଡା. ଚନ୍ଦନ ଗନ୍ତାୟତ


Enter your email to get our daily news in your inbox.

All Right Reserved By Dharitri.Com

୬୦ ବର୍ଷ ବୟସରେ ୟୁଟ୍ୟୁବ୍‌ ଚ୍ୟାନେଲ ଲଞ୍ଚ କଲେ ଆମିର

ମୁମ୍ବାଇ: ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାନ୍‌। ପୂର୍ବରୁ ତାଙ୍କର କୌଣସି ବ୍ୟକ୍ତିଗତ ସୋସିଆଲ ମିଡିଆ ଆକାଉଣ୍ଟ ନ ଥିଲା। ହେଲେ ଏବେ...

ଐଶ୍ୱର୍ଯ୍ୟାଙ୍କ କାରକୁ ଧକ୍କା ଦେଲା ବସ୍, ଭିଡିଓ ଭାଇରାଲ୍: ଲୋକେ କହିଲେ- ‘ଯଦି ଜୟା ବଚ୍ଚନ ସେଠାରେ ଥାଆନ୍ତେ…’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର...

ହାଇଦ୍ରାବାଦର ଜ୍ୱାଇଁ ହେବାକୁ ଯାଉଛନ୍ତି ପ୍ରଭାସ, ହେଲା ବିବାହ ପକ୍କା !

ହାଇଦ୍ରାବାଦ: ଟଲିଉଡ୍‌ ଷ୍ଟାର ପ୍ରଭାସ ‘ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚେଲର’ ମଧ୍ୟରୁ ଜଣେ। ପ୍ରାୟତଃ ତାଙ୍କର ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ସହ ଅଭିନେତ୍ରୀ...

ସରନେମ ବଦଳାଇ ଚର୍ଚ୍ଚାକୁ ଆସିଲେ ରାଜ ବବରଙ୍କ ପୁଅ

ମୁମ୍ବାଇ: କିଛିଦିନ ହେବ ଅଭିନେତା ଏବଂ ରାଜନେତା ରାଜ ବବର ଏବଂ ତାଙ୍କ ପୁଅ ପ୍ରତୀକଙ୍କ ମଧ୍ୟରେ ସମ୍ପର୍କ ନାହିଁ ବୋଲି କୁହାଯାଉଛି। ହଁ, ଏହି...

ଦିଶା ସାଲିଆନ ମୃତ୍ୟୁ: ଆଦିତ୍ୟ ଠାକ୍‌ରେ, ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ମାମଲା

ମୁମ୍ବାଇ,୨୬।୩: ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଅଭିନେତା ଡିନୋ ମୋରିଆ...

ସଲମାନ ହିନ୍ଦୁ ନା ମୁସଲମାନ? ଏକଥା ଖୋଲାଖୋଲି କହିଲେ ତାଙ୍କ ବାପା…

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ସିକନ୍ଦର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସୁପରଷ୍ଟାରଙ୍କ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ଇଦ୍‌ ଅବସରରେ...

କନସର୍ଟ ବେଳେ Sonu Nigamଙ୍କ ଉପରକୁ ବୋତଲ-ପଥର ଫିଙ୍ଗିଲେ ପ୍ରଶଂସକ, ଅଧାରୁ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ଉପରକୁ ବୋତଲ, ପଥର ଫିଙ୍ଗିଲେ ପ୍ରଶଂସକ। କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ...

ଲାଇଭ୍‌ ଶୋ’ରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର, ଏହି ଭୁଲ ପାଇଁ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଏକଦା ଇଣ୍ଡିଆନ ଆଇଡଲ୍‌ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିବା ଏହି ଗାୟିକା ଆଜି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image