Categories: ରାଜ୍ୟ

ପୋକ ଲାଗି କାଜୁଗଛର ବଉଳ, ପତ୍ର ନଷ୍ଟ : ଦୁର୍ଦ୍ଦିନରେ ୬୫୦ ଆଦିବାସୀ ପରିବାର, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ

ଛତ୍ରପୁର, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ କାଳିମେଘି, ଚନ୍ଦନପୁର ଓ ଘୋଡ଼ାପଡା ପଞ୍ଚାୟତର ୧୯ ଖଣ୍ଡ ଆଦିବାସୀ ଗାଁର ୬୫୦ ପରିବାର ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। କାଜୁ ଗଛ ଉପରେ ନିର୍ଭର କରି ସେମାନେ ଚଳିଥାନ୍ତି। ମାତ୍ର ଟି ପୋକ ଲାଗି ୫୨ ହଜାର କାଜୁ ଗଛର ବଉଳ ଓ ପତ୍ର ନଷ୍ଟ ହୋଇଯାଇଛି। ଫଳରେ ଏମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି।
ମାସକ ପୂର୍ବେ କାଜୁ ଗଛରେ ପୋକ ଲାଗିଥିବା ନେଇ ଉଦ୍ୟାନ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଲକ୍‌ଡାଉନ ଆଳ ଦେଖାଇ କିଛି ପ୍ରତିଷେଧକ ବ୍ୟବସ୍ଥା କରାଯାଇ ନ ଥିଲା। ଗ୍ରାମବାସୀ ମିଳିତ ଉଦ୍ୟମ କରିଥିଲେ ହେଁ କୌଣସି ସୁଫଳ ମିଳି ନ ଥିଲା। ଏନେଇ ବର୍ତ୍ତମାନ ଗଞ୍ଜାମ ଜ଼ିଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି। ସରକାରୀ ନିୟମ ପ୍ରକାରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ମିତ ସଂଗଠନର ସଭାପତି ଜଗବନ୍ଧୁ ଶବର ଦାବି କରିଛନ୍ତି ।

Share