ପୋଖରୀକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଫେରାର

ବାଲେଶ୍ୱର ଅଫିସ,୨୨।୩- ବାଲେଶ୍ୱର ଜିଲା ସୋର ଅଞ୍ଚଳର ଔପଦା ଅଭିମୁଖେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ୟୁକୋ ବ୍ୟାଙ୍କ ନିକଟରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡିଛି। ଏହି ୧୦୮ ଟି ଆମ୍ବୁଲାନ୍ସ ସମ୍ପୂର୍ଣ୍ଣ ଓଲଟି ଯାଇଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏଥିରେ କୌଣସି ରୋଗୀ ନ ଥିବାବେଳେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ। ତେବେ ଔପଦା ଥାନାରେ ରହଣି ପାଇଁ ଯାଉଥିବା ୧୦୮ ଆମ୍ବୁଲାନ୍ସର ନମ୍ବର(ଓଡି୦୨ବିଏଚ୍‌୧୨୪୭) ବୋଲି ଜଣାଯାଇଛି। ଶନିବାର ବିଳମ୍ବିତ ରାତିରେ ଏହି ୧୦୮ ଆମ୍ବୁଲାନ୍ସ ସୋର ଔପଦା ଅଭିମୁଖେ ଯିବାବେଳେ କେଣସି କାରଣରୁ ଭାରସାମ୍ୟ ହରାଇ ପୋଖରୀରେ ଓଲଟି ପଡିଥିଲା। ଘଟଣାସ୍ଥଳରେ ଔପଦା ପୋଲିସ ପହଞ୍ଚି ଘଟଣାର ତନାଘନା ଆରମ୍ଭ କରିଛି।