ବାସୁଦେବପୁର,୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଲବଗାସ୍ଥିତ ଝାଡ଼େଶ୍ୱର ମହାଦେବଙ୍କ ପୋଖରୀ ଗାର୍ଡଓ୍ବାଲ ଭୁଶୁଡ଼ି ପଡ଼ିଛି। ଏହି ପୋଖରୀରେ ଗତ କିଛିମାସ ତଳେ ନିର୍ମାଣ ହୋଇଥିବା ଗାର୍ଡଓ୍ବାଲ ହଠାତ୍ ଭାଙ୍ଗି ପଡ଼ିଛି। ଏହି ଗାର୍ଡ଼ଓ୍ବାଲ ପଞ୍ଚାୟତ ପାଣ୍ଠିରୁ ନିର୍ମାଣ ହୋଇଥିବା ସୂଚନା ମିଳିଛି। ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଏହା ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି। ଏ ସମ୍ପର୍କରେ ବ୍ରାହ୍ମଣଗଁା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାୟାଧର ଗିରିଙ୍କୁ ପଚାରିବାରୁ ଉକ୍ତ ଗାର୍ଡଓ୍ବାଲ ମାଟି ପୋତୁଥିବା ଏକ ଡ୍ରୋଜର ଧକ୍କା ଦେବାରୁ ଭୁଶୁଡ଼ି ପଡ଼ିଛି ବୋଲି କହିଛନ୍ତି। ତେବେ ଏହି ଘଟଣାର ତଦନ୍ତ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।