ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର

ହାଟଡିହୀ,୧୬।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ହାଟଡିହୀ ବଣିଆସାହି ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନିରଞ୍ଜନ ସାହୁ(୪୦)। ବୁଧବାର ସନ୍ଧ୍ୟାରୁ ସେ ନିଖୋଜ ଥିଲେ। ଗୁରୁବାର ସକାଳୁ ତାଙ୍କ ମୃତଦେହ ନିକଟସ୍ଥ ପୋଖରୀରେ ଭାସୁଥିବା ଲୋକେ ଦେଖିଥିଲେ। ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।