Categories: ଅନୁଗୋଳ

ପୋଖରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଛେଣ୍ଡିପଦା,୪ା୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ପଞ୍ଚାୟତର ଧୁଡ଼ାମାଳ ପୋଖରୀରୁ ଗୁରୁବାର ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଛେଣ୍ଡିପଦା ଗ୍ରାମର କିଛି ଲୋକ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ। ସେଠାରେ ଏକ ନବଜାତ ଶିଶୁର ମୃତଦେହ ପାଣିରେ ଭାସୁଥିବା ଦେଖି ଗ୍ରାମବାସୀ ଉଦ୍ଧାର କରିଥିଲେ। ଶିଶୁଟିକୁ କେହି ଗତରାତିରେ ପ୍ରସବ କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଗ୍ରାମବାସୀ ଏହି ମୃତ ଶିଶୁଟିକୁ ଉଦ୍ଧାର କରି ପୋତି ଦେଇଥିବାବେଳେ ଏବେ ଶିଶୁଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ନବଜାତ ଶିଶୁଟି କାହାର ଏବଂ କିଏ ଆଣି ପୋଖରୀରେ ଫିଙ୍ଗିଛି ତାହା ଜଣାପଡ଼ିନାହିଁ ।