ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ, ୧୭।୮: ଗଞ୍ଜାମ ଜିଲା ଗେଟବଜାର ନିକଟ ପାୟଲ ସିନେମା ହଲ ସମ୍ମୁଖରେ ଥିବା ଏକ ପୋଖରୀରୁ ଶନିବାର ସକାଳେ ୨ ଦିନ ହେବ କେଉଁଆଡ଼େ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗେଟବଜ଼ାର ଗୋଲାପଲ୍ଲୀ ସାହିର ସୁଶାନ୍ତ ନାଇକ(୩୨)।
ପ୍ରକାଶ ଯେ, ସୁଶାନ୍ତ ୨ଦିନ ହେବ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଶନିବାର ସକାଳେ ପୋଖରୀରେ ଏକ ମୃତଦେହ ଭାସୁଥିବା ସେଠାକୁ ଗାଧୋଇବାକୁ ଯାଇଥିବା ଲୋକମାନେ ଦେଖିବାକୁ ପାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ମୃତକ ଜଣଙ୍କ ନିଖୋଜ ସୁଶାନ୍ତ ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ । ୨୪ ଘଣ୍ଟା ପୂର୍ବରୁ ସୁଶାନ୍ତ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ସୂଚନା ଦେଇଛନ୍ତି।