ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଠାକୁରମୁଣ୍ଡା,୨୨।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିହା ପଞ୍ଚାୟତ ଦିରିବ ଗ୍ରାମ ପୋଖରୀରୁ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଅରଥୁ ମହାନ୍ତ (୭୦)।
ସୂଚନାନୁଯାୟୀ, ଅରଥୁ ଗୁରୁବାର ଅପରାହ୍ନରେ ପାଳିଥିବା ମଇଁଷିକୁ ପୋଖରୀରେ ଗାଧୋଇବାକୁ ନେଇଥିଲେ। ପାଖରେଥିବା ଧାନ ଫସଲ ମଇଁଷି ଖାଇଦେଉଥିବା ଖବର ପାଇ ତାଙ୍କ ନାତି ସେମାନଙ୍କୁ ଗୋଡାଇ ଘରକୁ ନେଇଯାଇଥିଲା ବେଳେ ଜେଜେଙ୍କୁ ପାଇ ନ ଥିଲେ। ପୋଖରୀରେ ଜେଜେଙ୍କ ଗାମୁଛା ଦେଖି ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କୁ ପାଇ ନ ଥିଲେ। ଶୁକ୍ରବାର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ କେସ ନଂ. ୨୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।