ପୋଖରୀରେ ଗାଧୋଇବାକୁ ବାରଣ: ଚାରିପଟେ ବ୍ୟାରିକେଟ୍‌, ବନ୍ଦ ହେଉନି ଗାଧୁଆ

ବୁଗୁଡ଼ା,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଏବଂ ଏନ୍‌ଏସିରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ପୋଖରୀରେ ଗାଧୋଇବାକୁ ନେଇ ବାରଣ କରାଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ପୋଖରୀରେ ସମୂହ
ଭାବେ ନ ଗାଧୋଇବା ଲାଗି ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଛି। ମାତ୍ର ଏହି ନିୟମକୁ ନମାନି ଲୋକେ ଦଳଦଳ ହୋଇ ପୋଖରୀରେ ଗାଧୋଉଥିବା ଦେଖିବାକୁ ମିଳୁଛି । ଏ ନେଇ ନାମକୁ ମାତ୍ର ବ୍ୟାରିକେଟ୍‌ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଏନ୍‌ଏସି ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ପୋଖରୀରେ ନଗାଧୋଇବା ପାଇଁ ସଚେତନ କରିବା ସହ ତାଗିଦ୍‌ କରିଥିଲେ ମଧ୍ୟ ଲୋକେ ଏହାକୁ ମାନୁନାହାନ୍ତି।

Share