ପୋଖରୀରେ ପଡ଼ି ଶିଶୁର ଜୀବନ ଗଲା

ବାସୁଦେବପୁର,୨୪।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧୀନ ପଞ୍ଚୁରିଖି ଗ୍ରାମର ଆଦିତ୍ୟ ବାରିକ(୨)ଙ୍କର ପୋଖରୀରେ ପଡ଼ି ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ଆଦିତ୍ୟ ଗ୍ରାମର ଗଣେଶ ବାରିକଙ୍କ ପୁଅ। ଶୁକ୍ରବାର ଆଦିତ୍ୟ ଅସାବଧାନତାବଶତଃ ନିକଟସ୍ଥ ଏକ ପୋଖରୀରେ ପଡ଼ିଯାଇଥିଲେ। ତାଙ୍କୁ ପୋଖରୀରୁ ଉଦ୍ଧାର କରି ପରିବାର ଲୋକ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ବାସୁଦେବପୁର ଡାକ୍ତରଖାନାରେ ରଖାଯାଇଛି।

Share