ପୋଖରୀରେ ପଶିଲା ଟ୍ରକ୍‌, ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଭଣ୍ଡାରିପୋଖରୀ,୨୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ତୋରତ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ପୋଖରୀରେ ପଶିଯାଇଛି। ଟ୍ରକ୍‌ଟି କଟକ ପଟୁ ଆସୁଥିବା ବେଳେ ଏକାଧିକ ଗାଡ଼ିକୁ ଧକ୍କା ଦେଇ ପୋଖରୀରେ ପଶିଯାଇଛି। ଫଳରେ ପାଣି ଭିତରେ ଡ୍ରାଇଭରଜଣଙ୍କ ଫସି ରହିଛନ୍ତି। ଷ୍ଟେରିଂରେ ଚାପି ହୋଇ ରହିଥିବା ବେଳେ ପାଟି ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହିଥିବାରୁ ତାଙ୍କୁ ଉଦ୍ଧାର କରାଯାଇପାରୁନାହିଁ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବରଲେଖାଯିବା ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି।

Share