Advertisement

ପୋଖରୀରେ ବିଷ : ମରି ଭାସୁଛନ୍ତି ମାଛ

ଖଣ୍ଡପଡ଼ା,୨୪ା୬ (ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତ ନିକଟସ୍ଥ ଭରତ ସାମନ୍ତରାୟ ପୋଖରୀରେ କେହି ଦୁର୍ବୃତ୍ତ ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ରବିବାର ସକାଳେ ପ୍ରଚୁର ମାଛ ମରି ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସୂଚନାଯୋଗ୍ୟ, ସ୍ଥାନୀୟବାସୀ ବିପିନ ବେହେରାଙ୍କ ଗୋଷ୍ଠୀ ପୋଖରୀ ନିଲାମ ନେଇଛନ୍ତି। ତେବେ ଏହା ବିରୋଧରେ କେହି ପ୍ରତିହିଂସା ପରାୟଣ ହୋଇ ଶନିବାର ବିଳମ୍ବିତ ରାତିରେ ବିଷ ପକାଇ ଦେଇଥିବା ଶ୍ରୀ ବେହେରା ଅଭିଯୋଗ କରିଛନ୍ତି। ପ୍ରାୟ ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମାଛ ବିଷ ପ୍ରଭାବରେ ମରି ଭାସୁଥିବା ନେଇ ବେହେରା କଣ୍ଟିିଲୋ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel