Categories: ଗଞ୍ଜାମ

ପୋଖରୀରେ ବୁଡ଼ି ନାବାଳକ ମୃତ

ବ୍ରହ୍ମପୁର ଅଫିସ,୧୦ା୯-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ଚଞ୍ଚଡାପଡ଼ିଆ ସାହି ନିକଟ ଏକ ପୋଖରୀରେ ରବିବାର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଦୁର୍ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୋମନାଥ ନଗରର ଜ୍ୟୋତି ପ୍ରସାଦ ପାଢ଼ୀଙ୍କ ପୁଅ ସୁଶାନ୍ତ(୧୧)। ସୋମନାଥନଗରରେ ପୂଜା ପାଉଥିବା ଗଣେଶ ମୂର୍ତ୍ତିକୁ ରବିବାର ସନ୍ଧ୍ୟାରେ ବିସର୍ଜନ ପାଇଁ ନିକଟସ୍ଥ ପୋଖରୀକୁ ନିଆଯାଇଥିଲା। ସାହିର କେତେକ ଯୁବକଙ୍କ ସହ ସୁଶାନ୍ତ ମଧ୍ୟ ଯାଇଥିଲେ। ମୂର୍ତ୍ତି ବିସର୍ଜନ ବେଳେ ସୁଶାନ୍ତଙ୍କ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିିଥିଲେ। ପରିବାର ଲୋକେ ପୋଲିସକୁ ନ ଜଣାଇ ମୃତଦେହ ଆଣି ନିକଟସ୍ଥ ଶ୍ମାଶାନରେ ସଂସ୍କାର କରି ଦେଇଥିଲେ ବୋଲି ପୋଲିସ କହିଛି।