ପୋଖରୀରେ ବୁଡ଼ି ନାବାଳିକାଙ୍କ ଜୀବନ ଗଲା

ରାଇରଙ୍ଗପୁର,୨୯ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନଥାନା ଅଧୀନ ଇଚିଣ୍ଡା ବସ୍ତୀର ଜଣେ ନାବାଳିକା ଗୁରୁବାର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ବଜରଙ୍ଗ ବେହେରାଙ୍କ ଝିଅ ବେବିନା(୧୦)। ସେ ତିଳୋପୋଷିସ୍ଥିତ ତାଙ୍କ ମାମୁ ଘର ଗାଁ ପୋଖରୀକୁ ଅନ୍ୟ ସାଙ୍ଗମାନଙ୍କ ସହ ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୮/୨୦୨୦) ରୁଜୁ ହୋଇଛି।